Home ଓଡ଼ିଶା ରାଜ୍ୟରେ ଫେରିଲା ଲକଡାଉନ୍ ।

ରାଜ୍ୟରେ ଫେରିଲା ଲକଡାଉନ୍ ।

44
0

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ୧୯ ତାରିଖ ଯାଏ ବଳବତ୍ତର ରହିବ । ଲକଡାଉନ୍ ସହ ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ଯାଏ ୱିକେଣ୍ଡ ସଟଡାଉନ୍ ଜାରି ରହିବ । ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ ।

ଲକଡାଉନ୍ ସମୟରେ ସାଧାରଣ ପରିବହନ ସେବା ଯେମିତି ବସ୍ ସେବା ବନ୍ଦ ରହିବ । ମେଡିକାଲ ଛଡ଼ା ଅନ୍ୟ କୌଣସି ପରିସ୍ଥିତିରେ ଆନ୍ତଃରାଜ୍ୟ ଯାତାୟତ କରିପାରିବେ ନାହିଁ । ସମସ୍ତ ପ୍ରକାର ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିବ । ସମସ୍ତ ମେଳା, ବୈଠକକୁ ବାତିଲ୍ କରାଯାଇଛି, ଭର୍ଚୁଆଲ୍ ବୈଠକ ହୋଇପାରିବ ।

ସିନେମା ହଲ୍, ମଲ୍, ମାର୍କେଟ୍, ଜିମ୍, ସ୍ୱିମିଂ ପୁଲ୍, ଥିଏଟର, ପାର୍କ, ବାର, ଯାତ୍ରା ସବୁ ବନ୍ଦ ରହିବ । ସେଲୁନ୍, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଲକଡାଉନ୍ ସମୟରେ ବିବାହ ଉତ୍ସବ ପ୍ରଶାସନର ଅନୁମତି ନେଇ ହୋଇପାରିବ । ସର୍ବାଧିକ ୫୦ ଜଣ ବିବାହରେ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ୍ ହୋଇପାରିବେ ।

ଏହି ସମୟରେ ହସ୍ପିଟାଲ୍, ନର୍ସିଂ ହୋମ୍, କ୍ଲିନିକ୍, ଟେଲି ମେଡିସିନ୍ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ସ୍ୱାସ୍ଥ୍ୟସେବା ସହ ଜଡ଼଼ିତ ସମସ୍ତ ସଂସ୍ଥା ଓ କାର୍ଯ୍ୟାଳୟ ଖୋଲା ରହିବ । ଆରବିଆଇ ଏବଂ ଆରବିଆଇ ଦ୍ୱାରା ପରିଚାଳିତ ଆର୍ଥିକ ସଂସ୍ଥା, ଏଟିଏମ ସେବା, ବ୍ୟାଙ୍କ ଖୋଲା ରହିବ ।

LEAVE A REPLY

Please enter your comment!
Please enter your name here