Home ଓଡ଼ିଶା ରାଜ୍ୟରେ ସବୁ ଶନିବାର ଓ ରବିବାର ସଟଡାଉନ୍ ।

ରାଜ୍ୟରେ ସବୁ ଶନିବାର ଓ ରବିବାର ସଟଡାଉନ୍ ।

70
0

ଭୁବନେଶ୍ୱର ୧୯ ।୪ ( ଆମ ଭାରତ ) : ରାଜ୍ୟରେ କରୋନା ସଂକ୍ରମଣ ବଢି ବଢ଼ି ଚାଲିଥିବା ବେଳେ ଆଜି ଏସଆରସି ଏକ ଗୁରୁତ୍ୱପୁର୍ଣ୍ଣ ସୁଚନା ଦେଇଛନ୍ତି । ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସଟଡାଉନ୍ ରହିବ ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୁଚନା ଦେଇଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକ କାର୍ଯ୍ୟକୁ ଛାଡି ଦେଲେ ବାକି ସବୁ ବନ୍ଦ ରହିବ । ୨୩ ତାରିଖ ସଂଧ୍ୟା ଠାରୁ ଏହା ଆରମ୍ଭ ହେବ । ଏହି ସମୟରେ ଖବର କାଗଜ ଯୋଗାଣ, ଦୁଗ୍ଧ, କ୍ଷୀର ଦୋକାନ ଆଦି ଦୋକାନ ଖୋଲା ରହିବ । ଆହୁରି ମଧ୍ୟ ଏହି ସମୟରେ ଯାତ୍ରୀ ମାନେ ଟିକେଟ୍ ଦେଖାଇ ଯାଆସ କରିପାରିବେ । ଗଣମାଧ୍ୟମ ପ୍ରତିନିଧି ମାନେ ଯିବା ଆସିବା କରିପାରିବେ । ତେବେ କୌଣସି ପାସ୍ ର ବ୍ୟବସ୍ଥା ନାହିଁ । ରେଳ ଏବଂ ବିମାନ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଗାଡି ଯିବା ଆସିବା କରିପାରିବେ । ଖାଦ୍ୟ ଦୋକାନରେ ପାର୍ସଲ ନେଇପାରିବେ । ପନିପରିବା ଏବଂ ତେଜରାତି ଦୋକାନ ଖୋଲାରହିବ । ବିବାହ ଏବଂ ଶୋଭାଯାତ୍ରା ପାଇଁ ଅନୁମତି ନାହିଁ ଏବଂ ଯଦି କରୁଥିବେ ତାହେଲେ ବିବାହରେ ବ୍ୟବହୃତ ଗାଡି ଏବଂ ବ୍ୟାଣ୍ଡ, ଲାଇଟ୍ ଆଦିକୁ ଜବତ କରାଯିବ । ଏଥିସହ ଜୋରିମାନା ମଧ୍ୟ ହେବ । ଆଜି ଏନେଇ ଏସଆରସି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here