Home ଅପରାଧ କେମିତି ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର ?

କେମିତି ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର ?

45
0

ଭୁବନେଶ୍ବର : କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି। ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଆଜି ସଂଧ୍ୟାରେ କମିଶନରେଟ୍‌ ପୁଲିସ ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି।

ଏପ୍ରିଲ୍ ୧୦ ତାରିଖରେ ହାଇଦର ଫେରାର୍‌ ହେବାପରେ ଓଡିଶା ପୁଲିସ ସହ କମିଶନରେଟ୍‌ ପୁଲିସର ନିଦ ହଜିଯାଇଥିଲା। ଏହାପରେ ତାକୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ପେଶାଲ୍‌ ଟିମ୍‌ ଗଠନ କରାଯାଇଥିଲା। ହାଇଦରର ସହଯୋଗୀ ୟାକୁବକୁ ପୁଲିସ ଗିରଫ କରି ପୁଲିସ କିଛି ସୂରାକ ପାଇଥିଲା। ଏହାପରେ ପୁଲିସ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରର ପୁଲିସଙ୍କ ସହ ମିଶି ବିଭିନ୍ନ ସ୍ଥାନରେ ଚଢଉ କରୁଥିଲା। ଏହାପରେ ଆଜି ହାଇଦରକୁ ତେଲଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ତେଲଙ୍ଗାନା ପୁଲିସ ସହଯୋଗରେ କଟକ ପୁଲିସ ଗିରଫ କରିଛି।

କଟକରୁ ଯାଇଥିବା ୨ଟି ପୁଲିସ ଟିମ୍‌ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ ରଖିଥିଲା। ଆଜି ହାଇଦର ଏକ ବାଇକ୍‌ରେ ଯାଉଥିବା ବେଳେ ପୁଲିସର ମିଳିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ଏହାପରେ ହାଇଦର କେମିତି କଟକ ମେଡିକାଲରୁ ଫେରାର ହେଲା ଏବଂ ତାକୁ କିଏ ସହଯୋଗ କରିଥିଲେ ତାହା ଜଣାପଡିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here