Home ଅପରାଧ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ୩ ଏସ୍‌ପିଙ୍କୁ ଦାୟିତ୍ବ ।

ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ୩ ଏସ୍‌ପିଙ୍କୁ ଦାୟିତ୍ବ ।

51
0

ଭୁବନେଶ୍ବର : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡମେଡିକାଲ( ଏସ୍‌ସିବି) ସର୍ଜରୀ ୱାର୍ଡରୁ ଫେରାର ହେବାପରେ ଆଲର୍ଟରେ ପୁଲିସ। ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି । ହାଇଦରକୁ ଧରିବାକୁ ଏବେ ଜୋରଦାର ଅପରେସନ ଆରମ୍ଭ କରିଛି ପୁଲିସ । ଏନେଇ କଟକ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କୁ ଅଚେତ କରି ଫେରାର ହୋଇଛି ହାଇଦର । ସବୁ ଟିମକୁ ଆଲର୍ଟ କରିଦିଆଯାଇଛି । ଖୁବ ଶୀଘ୍ର ହାଇଦରକୁ ଧରିବାରେ ସଫଳ ହେବୁ ।

ସୂଚନାଯୋଗ୍ୟ ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଛି । ଗତ ୧୨ ଦିନ ତଳେ ଏସସିବି ମେଡିକାଲରେ ହାଇଦର ଭର୍ତ୍ତି ହୋଇଥିଲା । ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜ୍ଜା ଭୋଗୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା । ୨୦୦୯ର ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଜେଲରେ ଥିଲା ହାଇଦର । ବୁର୍ଲା ମେଡିକାଲରୁ ରେଫର ହୋଇ ଏସ୍‌ସିବି ଆସିଥିଲା ହାଇଦର। ତେବେ ଏସ୍‌ସିବି ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ହାଇଦରର ଚିକିତ୍ସା ଚାଲିଥିଲା। ହାଇଦରକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ବି ହୋଇଥିଲେ। କିନ୍ତୁ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା।

୯୦ ଦଶକରେ ଆତଙ୍କ ଖେଳାଇଥିଲା କେନ୍ଦ୍ରାପଡ଼ାର ହାଇଦର । ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ସାଜିଥିଲା ହାଇଦର । ଛୋଟମୋଟ ଚୋରିରୁ ହାଇଦର ଅପରାଧ ଦୁନିଆକୁ ଆସିଥିଲା । ସୁଲେମାନ ସହ ମିଶି ଆରମ୍ଭ କରିଥିଲା ଗ୍ୟାଙ୍ଗ । ଟେଣ୍ଡର ପିକ୍ସିଂ, ହତ୍ୟା, ରାହାଜାନୀ ଭଳି ଏକାଧିକ କ୍ରାଇମ କରି ହାଇଦର ଗ୍ୟାଙ୍ଗଷ୍ଟର ପାଲଟିଥିଲା ।

LEAVE A REPLY

Please enter your comment!
Please enter your name here