Home ଅପରାଧ ମାଗଣାରେ ଭାରତୀୟଙ୍କୁ ମିଳିବ କରୋନା ଟିକା ।

ମାଗଣାରେ ଭାରତୀୟଙ୍କୁ ମିଳିବ କରୋନା ଟିକା ।

68
0

ନୂଆଦିଲ୍ଲୀ: ୭୩ ଦିନ ମଧ୍ୟରେ ବଜାରକୁ ଆସିବ କରୋନା ଟିକା କୋଭିସିଲ୍ଡ . ସିରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶତି ହେଉଛି ଏହି ଟିକା । ୫୮ ଦିନ ମଧ୍ୟରେ କରୋନା ଟିକାର ଟ୍ରାଏଲ ଶେଷ ହେବ । ଗତକାଲି ଏହାର ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ 29 ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ . ଏହାର ଟ୍ରାଏଲ ତୃତୀୟ ପର୍ଯ୍ୟାଯରେ ପହଞ୍ଚିଛି । ୧୭ ଟି ସେଣ୍ଟରରେ ୧୬୦୦ ଲୋକଙ୍କ ମଧ୍ୟରେ ଏହି ଭ୍ୟାକିସନର ଟ୍ରାଏଲ କରାଯିବ । ଭାରତ ସରକାର ମାଗଣାରେ ସମସ୍ତଙ୍କୁ ଏହି ଟିକା ଯୋଗାଇଦେବେ । ୬୮କୋଟି ଟିକା କିଣିବା ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । କେବଳ ଭାରତ ନୁହେଁ ବାକି 92ଟି ଦେଶ ମଧ୍ୟ ଏହି ଭ୍ୟାକସିନ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି . ପ୍ରତ୍ୟେକ ମାସ ପ୍ରାୟ 6 କୋଟି ଟିକା ଉତ୍ପାଦନ କରିବାଲ କ୍ଷମତା ରଖିଛି ସିରମ ଇନଷ୍ଟିଚ୍ୟୁଟ୍ ।

 ସରକାର ସିରମ ଇନଷ୍ଟିଚ୍ୟୁଟକୁ ଆସନ୍ତା ଜୁନ୍ ମାସ ସୁଧା ୬୮ କୋଟି ଡୋଜ୍ ଦେବାକୁ କହିଛନ୍ତି । ସରକାର ଏହି ଭ୍ୟାକ୍ସିନର ଟ୍ରାଏଲକୁ ଦ୍ରୁତ ଗତିରେ ସାରିବାକୁ ମଂଜୁରୀ ଦେଇଛନ୍ତି । ଭ୍ୟାକ୍ସିନ୍ ସଫଳ ହେଲା ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ମାଗଣାରେ ସବୁ ଭାରତୀୟଙ୍କୁ ଏହି ଟିକା ଯୋଗାଇ ଦିଆଯିବ ।

ମେଡିସିନ୍ କାଉଣ୍ଟରରେ ମାତ୍ର ୨୨୫ ଟଙ୍କାରେ ମିଳିବ ।କଂପାନୀ ଅନୁସାରେ  ଦେଶରେ ଗୋଟିଏ ଡୋଜ ଭ୍ୟାକ୍ସିନର ଦାମ ହେବ ୩ ଡଲାର । ଭାରତୀୟ ମୁଦ୍ରାରେ ପ୍ରତି ଭ୍ୟାକ୍ସିନ ୨୨୫ ଟଙ୍କା । ଏହି ଟିକାର ନାମ ହେଉଛି କୋଭିସିଲ୍ଡ । ଯଦି ଭ୍ୟାକ୍ସିନ୍ ଶେଷ ପରୀକ୍ଷଣରେ ସଫଳ ହୁଏ ତେବେ ତାକୁ ବଜାରକୁ ଛଡା ଯିବ ।

LEAVE A REPLY

Please enter your comment!
Please enter your name here