Home ଓଡ଼ିଶା କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଅନଲକ୍-୪ ଗାଇଡଲାଇନ୍ ଜାରି । ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଅନଲକ୍-୪ ଗାଇଡଲାଇନ୍ ଜାରି । ।

68
0

ନୂଆଦିଲ୍ଲୀ,୨୯ ।୮: ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଅନଲକ୍-୪ ଦେଇ ଗାଇଡଲାଇନ୍ ଜାରି ହୋଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ ଆଜି ସୂଚନା ଦେଇଛି କେନ୍ଦ୍ର ଗୃହ ବିଭାଗ । ସେପ୍ଟେମ୍ବର ୭ରୁ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ ଅନୁମତି ମିଳିଛି । ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ମିଳିଛି । ସେପ୍ଟେମ୍ବର ୭ରୁ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ ମିଳିଛି ଅନୁମତି । ଏନେଇ ଖୁବଶୀଘ୍ର ଏସଓପି ଚାରି ହେବ । ସେପ୍ଟେମ୍ବର ୨୧ରୁ କଟକଣା ମାନି ସଭା, ସମିତି ଓ ଉତ୍ସବ ଚାଲିପାରିବ । ସଭା ସମିତିରେ ଶହେରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ । ସେପ୍ଟେମ୍ବର ୩୦ ଯାଏଁ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

ସ୍କୁଲ-କଲେଜର ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅନୁଷ୍ଠାନକୁ ଯାଇପାରିବେ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ପରାମର୍ଶ ପାଇଁ ସ୍କୁଲକୁ ଯାଇପାରିବେ । ତେବେ ଏଥିପାଇଁ ସେମାନଙ୍କୁ ନିଜ ଅଭିଭାବକଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ । ଏବଂ ତାଙ୍କ ସ୍କୁଲ ଓ କଲେଜ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ଆବଶ୍ୟକ ।

ସିନେମା ହଲ୍‌ ସୁଇମିଂ ପୁଲ ମନୋରଞ୍ଜନ ପାର୍କ ପୂର୍ବ ଭଳି ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ମଧ୍ୟ ବନ୍ଦ ରହିବ । କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ । ଜିଲ୍ଲା ଅଧିକାରୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ନିର୍ଦ୍ଧାରିତ କରିବେ ।

LEAVE A REPLY

Please enter your comment!
Please enter your name here