Home ଅପରାଧ ଢ଼େଙ୍କାନାଳ ଗୋଟିଏ ଗାଁରୁ ୭୪ ପଜିଟିଭ୍ ।

ଢ଼େଙ୍କାନାଳ ଗୋଟିଏ ଗାଁରୁ ୭୪ ପଜିଟିଭ୍ ।

44
0
କିଛି ଦିନ ତଳେ ଗ୍ରାମର ୬ ଜଣଙ୍କ ଠାରେ କରୋନା ଜଣା ପଡ଼ିଥିଲା । ଆଉ ତା ପରେ ଗତ ମଙ୍ଗଳବାର ୧୭୬ ଜଣ ଲୋକଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପଡ଼ୋଶୀ ଗୋପାଳପୁର ଗ୍ରାମର ଦୁଇ ଜଣ ମଧ୍ୟ ସେମାନଙ୍କ ପରୀକ୍ଷା କରାଇଥିଲେ । ଗୋଟିଏ ଗାଁରୁ ଏକା ଥରକେ ୭୪ ଜଣ ପଜିଟିଭ୍ ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯାଇଛି । ଗତରାତିରେ ଜିଲ୍ଲାପାଳ, ଗଁଦିଆ ବ୍ଲକକୁ ଆସି ବିଡିଓଙ୍କ ସହ ପରିସ୍ଥିତି ବାବଦରେ ଆଲୋଚନା କରିଥିଲେ । ଗତରାତିରୁ ପିଙ୍ଗୁଆ ଗ୍ରାମକୁ ଆଉ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ନିଆଯାଇ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗାଁର ଅଧିକାଂଶ ଲୋକ ଭୁନେଶ୍ୱର ଏବଂ ଭଦ୍ରକ ଭଳି ସହରରେ ବ୍ୟବସାୟ କରନ୍ତି । କିଛି ଦିନ ହେବ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗାଁକୁ ଫେରିଛନ୍ତି । ସେହିମାନେ ହିଁ ଗାଁରେ ସୁପର୍ ସ୍ପ୍ରେଡର୍ ସାଜିଥିବା କୁହାଯାଉଛି । ସେପଟେ କରୋନା କଟକଣା ନମାନି କିଛି ଲୋକ ମଧ୍ୟ ବିବାହ ଭୋଜିଭାତ ଆୟୋଜନ କରିଥିବା ଜଣାପଡ଼ିଛି । ଗାଁର ୬ ଜଣଙ୍କ ଠାରେ ପ୍ରଥମେ କରୋନା ଚିହ୍ନଟ ହେବା ପରେ ସରପଞ୍ଚ ଗୀତାଞ୍ଜଳି ନାୟକ, ଜୁଲାଇ ୩୧ ତାରିଖ ଯାଏଁ ଗାଁକୁ ସଟ୍ ଡାଉନ୍ ଘୋଷଣା କରିଥିଲେ । ତଥାପି ପରିସ୍ଥିତି ଅଣାୟତ ହୋଇଯାଇଛି । କେବଳ ପରିବାର ନୁହେଁ ଗୋଟେ ଗୋଟେ କୁଟୁମ୍ବର ସମସ୍ତଙ୍କ ଠାରେ କରୋନା ପଜିଟିଭ୍ ଆସିଛି ।

LEAVE A REPLY

Please enter your comment!
Please enter your name here