Home ଅପରାଧ ମୋଦୀ ‘ମନ କି ବାତ୍’ ରେ କଣ କହିଲେ ପଢନ୍ତୁ ?

ମୋଦୀ ‘ମନ କି ବାତ୍’ ରେ କଣ କହିଲେ ପଢନ୍ତୁ ?

82
0

ନୂଆଦିଲ୍ଲୀ ( ଆମ ଭାରତ ) ୨୬ ।୭: କାରଗିଲ ବିଜୟ ଦିବସରେ ଦେଶର ବୀର ଯବାନମାନଙ୍କର ସାହସିକତାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ‘ଭାରତ ଯେତେବେଳେ ପାକିସ୍ତାନ ସହ ବନ୍ଧୁତା ଚାହୁଁଥିଲା, ସେବେ ପାକିସ୍ତାନ ବଡ ବଡ ଯୋଜନା କରି କାରଗିଲ ଯୁଦ୍ଧ କରିବାର ଦୁଃସାହସ କରିଥିଲା । କିନ୍ତୁ ଏହି ଯୁଦ୍ଧରେ ଭାରତ ନିଜର ବୀରତ୍ୱ ଦେଖାଇ ପାକିସ୍ତାନକୁ ହରାଇଥିଲା ।’

ଆତ୍ମନିର୍ଭର ଭାରତକୁ ନେଇ ଅନେକ ଉଦାହରଣ ଦେଇ ଦେଶର ଲୋକ କିଭଳି ଆତ୍ମନିର୍ଭର ହୋଇଛନ୍ତି, ସେ ବିଷୟରେ ଦେଶବାସୀଙ୍କୁ ଅବଗତ କରିଛନ୍ତି । ଆଗକୁ ରାକ୍ଷାବନ୍ଧନ ଆସୁଥିବା ବେଳେ ଏ ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସରେ ସ୍ବଦେଶୀ ଜିନିଷ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଛୋଟ ଗାଁରୁ ବା ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ବଡ଼ ବଡ଼ ସଫଳତା ହାସଲ କରିଥିବା ଏବଂ ଚଳିତ ବର୍ଷ ଦଶମ ଓ ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଏହା ସହ କରୋନା ସମ୍ପର୍କରେ ମୋଦୀ କହିଛନ୍ତି ଯେ, ‘କରୋନାରେ ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ଦେଶରେ ସୁସ୍ଥ ହାର ଅନ୍ୟ ଦେଶଠାରୁ ଭଲ ରହିଛି । କରୋନା ବିପଦ ବର୍ତ୍ତମାନ ସୁଦ୍ଧା ଟଳି ନାହିଁ , ଫଳରେ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଡାକ୍ତରମାନେ ୧୦-୧୦ ଘଣ୍ଟା ଧରି ମାସ୍କ ପିନ୍ଧୁଛନ୍ତି । କରୋନା ବିରୋଧରେ ଲଢେଇ ଗମ୍ଭୀରତା ସହ ଲଢିବାକୁ ହେବ ।’

LEAVE A REPLY

Please enter your comment!
Please enter your name here