Home ଅପରାଧ ରାଜ୍ୟରେ ୬୪୭ ପଜିଟିଭ୍ , ୬ ମୃତ୍ୟୁ ।

ରାଜ୍ୟରେ ୬୪୭ ପଜିଟିଭ୍ , ୬ ମୃତ୍ୟୁ ।

98
0

ଭୁବନେଶ୍ୱର,୨୧ ।୭( ଆମ ଭାରତ ):  ରାଜ୍ୟରେ ଆଜି ପୁଣି ୨୩ଟି ଜିଲ୍ଲାରୁ ୬୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୧୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।କଟକ, ଗଜପତି ଓ ଜଗତସିଂହପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହିପରି କେନ୍ଦ୍ରାପଡା, ଖୋର୍ଦ୍ଧା ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି କ୍ରମରେ କରୋନା ମୃତ୍ୟୁ ଖୋର୍ଦ୍ଧାରେ ୧୪,କଟକରେ ୯, ଗଜପତିରେ ୫, ଜଗତସିଂହପୁର, କେନ୍ଦ୍ରପଡା ଓ ରାୟଗଡାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here