Home ଓଡ଼ିଶା ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ।

ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ।

581
0

ଭୁବନେଶ୍ୱର, ୨୦/୭( ଆମ ଭାରତ ): ପରଲୋକରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି। ସେ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ଓଡ଼ିଆ ସିନେ ଜଗତର ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ।

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ : ଜାଣନ୍ତୁ ତାଙ୍କ ବିଷୟରେ …
-ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୦ ବର୍ଷ ବୟସରେ ଦେହାନ୍ତ ।
-ଗତ କିଛି ମାସ ଧରି ହାଇଦ୍ରାବାଦରେ ଏକ ହସପିଟାଲରେ ହୃଦ ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ଜୁନ୍‌ ୨୪ରେ ସେ ଓଡ଼ିଶା ଫେରିଥିଲେ ।
-୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପଣ୍ଡିରିରେ ଜନ୍ମ ହୋଇଥିଲେ ଓ ବାରିପଦାରେ ବଢ଼ିଥିଲେ ବିଜୟ |
-୧୯୭୭ରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ଓ ଏହି ଫିଲ୍ମ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ।
-୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବିଜୟ ମହାନ୍ତି
-୪ଟି ଚଳଚ୍ଚିତ୍ରରେ ଅଭିନୟ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୪ ଫିଲ୍ମ- ଆରତି, ଏଇ ଆମ ସଂସାର, ମମତା ମାଗେ ମୂଲ, ଭାଇ ହେଲା ଭଗାରି ।
-୨୦୦୯ରେ ଅଜାତି ନାଟକ ପାଇଁ ମିଳିଲା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର
-୨୦୧୪ ମସିହାରେ ଜୟଦେବ ସମ୍ମାନ ପାଇଥିଲେ ବିଜୟ ।
-୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢିଥିଲେ ବିଜୟ

LEAVE A REPLY

Please enter your comment!
Please enter your name here