Home ଓଡ଼ିଶା ରାଜ୍ୟରେ ଆଜି ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ଆଜି ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ।

154
0

ଭୁବନେଶ୍ୱର,୨ ।୭( ଆମ ଭାରତ):  ଆଜି ପୁଣି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୫୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୫ ହଜାର ୩୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୧୫୭ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଆଜି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ମୃତକ ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମରେ ସର୍ବାଧିକ ୯୫ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରେ ୨୨, ଖୋର୍ଦ୍ଧାରେ ୨୧, କଟକରେ ୧୨, ସୁନ୍ଦରଗଡ଼ରେ ୧୭, ବଲାଙ୍ଗିରରେ ୭, ନୟାଗଡ଼ରେ ୫, ପୁରୀରେ ୪, ବୌଦ୍ଧରେ ୩, ମୟୂରଭଞ୍ଜରେ ୨ ଜଣ ପଜିଟିଭ, ଅନୁଗୁଳ, ବରଗଡ଼, ଦେବଗଡ଼, ଗଜପତି, ଜଗତସିଂହପୁର, କେନ୍ଦୁଝର, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here