Home ଅପରାଧ ରାଜ୍ୟରେ ୧୬୭ ପଜିଟିଭ୍ ଚିହ୍ନଟ ।

ରାଜ୍ୟରେ ୧୬୭ ପଜିଟିଭ୍ ଚିହ୍ନଟ ।

124
0

 ଆଜି ଗଜପତିରେ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୧୯, ମୟୂରଭଞ୍ଜରୁ ୧୪, ବାଲେଶ୍ବରରୁ ୧୩, ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, କେନ୍ଦ୍ରାପଡ଼ାରୁ ୭, ରାୟଗଡ଼ା ଓ ଯାଜପୁରରୁ ୫ ଜଣ ଲେଖାଏଁ ଚିହ୍ନଟ, ସୁନ୍ଦରଗଡ଼ରୁ ୪, ଝାରସୁଗୁଡ଼ା ଓ କଟକରୁ ୩ ଲେଖାଏଁ ଚିହ୍ନଟ, ନୟାଗଡ଼ରୁ ୨, ବରଗଡ଼ ଓ ପୁରୀ, ବଲାଙ୍ଗିର ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨ ଜଣ ମୃତକ କଟକର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୭୧ ବର୍ଷୀୟ ବୃଦ୍ଧ ମଧୁମେହ ଓ କିଡନୀ ରୋଗରେ ପିଡୀତ ଥିଲେ । ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।କଟକରେ ଜଣେ ୫୩ ବର୍ଷୀୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ବ୍ୟକ୍ତି ଜଣକ ମଧୁମେହ ରୋଗରେ ପୀଡିତ ଥିଲେ । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here