Home ଅପରାଧ ରାଜ୍ୟରେ ୧୩୮ ନୂଆ ଆକ୍ରାନ୍ତ ।

ରାଜ୍ୟରେ ୧୩୮ ନୂଆ ଆକ୍ରାନ୍ତ ।

258
0

ଭୁବନେଶ୍ୱର,୮ ।୬( ଆମ ଭାରତ ): ରାଜ୍ୟର ୧୮ଟି ଜିଲ୍ଲାରୁ ଆଜି ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । କ୍ୱାରେଣ୍ଟାଇନ କେନ୍ଦରୁ ୧୨୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମରୁ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ସେହିପରି ଯାଜପୁର-୬, ଖୋର୍ଦ୍ଧା-୧୩, ରାୟଗଡା-୧, ମୟୂରଭଞ୍ଜ-୬, ନୟାଗଡ-୩, ଢେଙ୍କାନାଳ-୩, କଟକ-୧୫, କଳାହାଣ୍ଡି-୨, କେନ୍ଦୁଝର-୧୦, ଭଦ୍ରକ-୧୧, ସମ୍ବଲପୁର-୧, ବଲାଙ୍ଗୀର-୧, ନୂଆପଡା-୩, ପୁରୀ-୭, କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here