Home ଅପରାଧ ରଥଯାତ୍ରା ପାଇଁ ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ ।

ରଥଯାତ୍ରା ପାଇଁ ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ ।

130
0

ପୁରୀ ( ଆମ ଭାରତ ) ୨୨/୬ : ରଥଯାତ୍ରା ପାଇଁ ୧୧ଟି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ । କରୋନା ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାର ଭଲ ଭାବରେ କାର୍ଯ୍ୟ କରିଛନ୍ତି।ତେଣୁ ଏଭଳି ଆଭିମୁଖ୍ୟ ରଥଯାତ୍ରାରେ ବି ରଖିବାକୁ ନିର୍ଦେଶ ଦିିିଆଯାଇଛି। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇପାରିବେ ରାଜ୍ୟ ସରକାର ।

-ରଥଯାତ୍ରାରେ ସାମିଲ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ରଖିବେ ରାଜ୍ୟ ସରକାର।

-ଗୋଟିଏ ରଥକୁ ସର୍ବାଧିକ ୫ଶହ ଜଣ ଟାଣି ପାରିବେ।
-ଗୋଟିଏ ରଥରୁ ଆଉ ଗୋଟିଏ ରଥ ଟଣା ହେବା ଭିତରେ ଘଣ୍ଟାଏ ବ୍ୟବଧାନ ରହିବ।
-ପୁରୀ ଜିଲ୍ଲାକୁ ସିଲ୍ କରାଯିବ, ଆଜି ରାତି ୮ଟାରୁ କର୍ଫ୍ୟୁ
-ବସ୍, ବିମାନ ଓ ରେଳ ସେବା ସଂପୂର୍ଣ୍ଣ ବନ୍ଦ ରହିବ ।

-ରଥ ଟଣା ହେବା ବେଳେ କର୍ଫ୍ୟୁ ଜାରି ରହିବ।
-କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ହିଁ ସାମିଲ ହୋଇପାରିବେ।
-ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉତରଦାୟିତ୍ୱ ନେବେ।
-ସରକାର ଓ ପ୍ରଶାସନ ବି ନିୟମର ପାଳନ ପାଇଁ ଉତରଦାୟୀ ରହିବେ।
-ମୁକ୍ତ ଓ ବିନାମୂଲ୍ୟରେ ରଥଯାତ୍ରାର ପ୍ରସାରଣ କରିପାରିବେ ଗଣମାଧ୍ୟମ।

 

LEAVE A REPLY

Please enter your comment!
Please enter your name here