Home ଓଡ଼ିଶା ଭାଭୋବିହୋଳରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ।

ଭାଭୋବିହୋଳରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ।

431
0

ଭୁବନେଶ୍ୱର ( ଆମ ଭାରତ ) ୨୩/୬ :ଆଜି ପବିତ୍ର ରଥଯାତ୍ରା । ଗତକାଲି ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଆଜି ପୁରୀରେ ବଡ଼ଦାଣ୍ଡରେ ଗଡ଼ିଛି ରଥ । କିନ୍ତୁ କଟକଣା ଓ ବିନା ଭକ୍ତରେ ରଥଯାତ୍ରା କରାଯିବା ନେଇ ସର୍ତ୍ତ ରଖିଥିଲେ ସୁପ୍ରିମକୋର୍ଟ । ତେଣୁ ରଥଯାତ୍ରା ସିଧାପ୍ରସାରଣ ବେଳେ ଟିଭିରେ ତିନି ଠାକୁରଙ୍କୁ ଦେଖି ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।ଉତ୍କଳ ପ୍ରସଙ୍ଗକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

କେବଳ ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ବଡ଼ଦାଣ୍ଡରେ ରଥଟଣା ହେଉଛି । କରୋନା କଟକଣାକୁ ମାନି ଭକ୍ତମାନେ ଟେଲିଭିଜଜନର ସିଧାପ୍ରସାରଣରୁ ଶ୍ରୀଜିଉଙ୍କୁ ଦେଖି ପ୍ରଣାମ କରିବା ସହ ଗୁହାରି ଜଣାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

 

LEAVE A REPLY

Please enter your comment!
Please enter your name here