Home ଅପରାଧ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଂଚିଛି ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଂଚିଛି ।

181
0

ଭୁବନେଶ୍ୱର ( ଆମ ଭାରତ ) ୧୧/୫ : ରାଜ୍ୟରେ ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଂଚିଛି । ଏହି ୨୦ ଜଣଙ୍କ ମଧ୍ୟରୁ ୧୭ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ୨ ଜଣ ସୁନ୍ଦରଗଡର ଏବଂ ଜଣେ ବୌଦ୍ଧ ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ରାଜ୍ୟରେ ଏହିପରି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବଢିବାରେ ଲାଗିଛି । ବର୍ତମାନ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମରେ ମୋଟ ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ସଂଖ୍ୟା ୧୬ରେ ପହଂଚିଥିବା ବେଳେ ବୌଦ୍ଧରେ ଏହି ସଂଖ୍ୟା ୪ରେ ପହଂଚିଛି । ଆଜି ଗୋଟିଏ ଦିନରେ ଗଂଜାମ ଜିଲ୍ଲାରେ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୀର୍ଷରେ ଏବେ ଗଂଜାମ ଜିଲ୍ଲା ରହିଛି । ଆଜି ତିନୋଟି ପର୍ଯ୍ୟାୟରେ ମୋଟ ୩୭ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ୪୧୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩୨୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here