Home ଅପରାଧ ସୀମା ସିଲ ହେବନାହିଁ,୩ ଜିଲ୍ଲା ୩ ସଚିବ , କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ।

ସୀମା ସିଲ ହେବନାହିଁ,୩ ଜିଲ୍ଲା ୩ ସଚିବ , କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ।

591
0

ଏହାସହ ସୀମା ସିଲ୍ ପ୍ରସଙ୍ଗରେ ସେ କହିଛନ୍ତି ଯେ ସମ୍ପୂର୍ଣ୍ଣ ସୀମା ସିଲ କରିବା ସମ୍ଭବପର ନୁହେଁ । ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ସମ୍ପୂର୍ଣ୍ଣ ସିଲ୍ ସମ୍ଭବ ନୁହେଁ । ବାହାରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତସ୍ତରରେ ୫ଜଣିଆ କମିଟି ଗଠନ କରାଯିବ । ସରପଞ୍ଚ ସେହି କମିଟିର ଅଧକ୍ଷ ରହିବେ । କମିଟିିରେ ପଞ୍ଚାୟତ ସମ୍ପାଦକ, ଶିକ୍ଷକ ଓ ଜିଆରଏସ୍ ରହିବେ । ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟିକୁ ଦିଆଯାଇଛି ।

ଭଦ୍ରକ, ଯାଜପୁର ଓ ବାଲେଶ୍ବର ଜିଲ୍ଲା  ପାଇଁ ୩ ସଚିବଙ୍କୁ ଦାୟିତ୍ବ ଦେଲେ ସରକାର, ଅବକାରୀ ପ୍ରମୁ ସଚିବ ଏସ୍‌.କେ. ଲୋହାନୀଙ୍କୁ ଭଦ୍ରକ, ରାଜ୍ୟପାଳଙ୍କ ସଚିବ ପି.କେ. ମେହର୍ଦ୍ଦାଙ୍କୁ ଯାଜପୁର, ସ୍ବତନ୍ତ୍ର କୃଷି ସଚିବ ଏସ୍‌. କେ. ବଶିଷ୍ଠଙ୍କୁ ବାଲେଶ୍ବର ଜିଲ୍ଲା ଦାୟିତ୍ବ ।

ଜିଲ୍ଲା ଗସ୍ତ ପୂର୍ବରୁ ସ୍ବାସ୍ଥ୍ୟ ସଚିବ ଓ BMC କମିସନରଙ୍କୁ ଭେଟିବେ ୩ ସଚିବ, ସାମାଜିକ ସଲ୍ୟାଣ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ଭେଟିବେ, କରୋନା ସଂକ୍ରମଣ ଓ ଅନ୍ୟ ବିଷୟରେ ପରାମର୍ଶ ନେବେ ୩ ସଚିବ ।

ଜିଲ୍ଲା ବାହାରୁ ଆସିଥିବା ଲୋକଙ୍କୁ ଭଦ୍ରକ ଜିଲ୍ଲାପାଳଙ୍କ ଅପିଲ । ସ୍ଥାନୀୟ ସରପଞ୍ଚ, BDO ଓ ଜିଲ୍ଲା କଣ୍ଟ୍ରୋଲ ରୁମ୍‌କୁ ତଥ୍ୟ ଦେବାକୁ ଅନୁରୋଧ । ଏଥିପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ମଧ୍ୟ ଜାରି ହୋଇଛି
କଣ୍ଟ୍ରୋଲ ରୁମ୍‌ ନମ୍ବର- 06784-251881 ଏବଂ 08763004011 । ଭଦ୍ରକ ଜିଲ୍ଲାର ରାଣୀତାଲରୁ ଆଖୁଆପଦା ମଧ୍ୟରେ ଖୋଲିବ ଢାବା । ଜିଲ୍ଲାର ପୌରାଞ୍ଚଳରେ କର୍ମନିଯୁକ୍ତି ଯୋଗାଇବା ପାଇଁ ବ୍ୟବସ୍ଥା ।

 

LEAVE A REPLY

Please enter your comment!
Please enter your name here