Home ଅପରାଧ ରାଜ୍ୟରେ ନୂଆ ୩ କରୋନା ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ନୂଆ ୩ କରୋନା ଆକ୍ରାନ୍ତ ଚିହ୍ନଟ ।

673
0

ଭୁବନେଶ୍ୱର,୨୨/୪( ଆମ ଭାରତ ): ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟିରୁ ସୂଚନା ମିଳିଛି। ୩ ନୂଆ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। ଭଦ୍ରକ ରେ ଦିନକୁ ଦିନ ବଢୁଛି ।

୩ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ବ୍ଲକର । ତିନିଜଣ ବ୍ୟକ୍ତିଙ୍କ ବୟସ ୫୫,୪୦ ଓ ୩୫ବର୍ଷ ବୋଲି ଜଣାପଡ଼ିଛି । ବାସୁଦେବପୁରରେ ଆଜି ସୁଦ୍ଧା ମୋଟ୍ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍ ଥିବା ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ନୂଆ ୩ଆକ୍ରାନ୍ତ ପୁରୁଣା ଆକ୍ରାନ୍ତଙ୍କ ସହ କୋଲକାତାରୁ ଆସିଥିଲେ । ଏହାସହ ଆକ୍ରାନ୍ତ ୩ଜଣଙ୍କ ସମେତ ୧୬ଜଣ କୋଲକାତାରୁ ଫେରିଥିବା ସୂଚନା ରହିଛି । ୨ଟି ବୋଲେରୋରେ ଫେରିଥିବା ନେଇ ଜଣାପଡ଼ିଛି ।

 

LEAVE A REPLY

Please enter your comment!
Please enter your name here