Home ଅପରାଧ ତାଳଚେର ଓ ଢ଼େଙ୍କାନାଳ ଗସ୍ତରେ ୫ଟି ସଚିବ ।

ତାଳଚେର ଓ ଢ଼େଙ୍କାନାଳ ଗସ୍ତରେ ୫ଟି ସଚିବ ।

238
0

ଢେଙ୍କାନାଳ  ୧୭ା୪( ଆମ ଭାରତ ): ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ଠିକ୍ ଭାବେ ପରିଚାଳିତ ଓ ସୁରୁଖୁରୁରେ କାର୍ଯ୍ୟ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେନେଇ ଆଜି ଢ଼େଙ୍କାନାଳ ଓ ତାଳଚେର ଗସ୍ତରେ ଯାଇଛନ୍ତି ୫ଟି ସଚିବ । ତାଙ୍କ ସହ ଉନ୍ନୟନ କମିସନର ସୁରେଶ ମହାପାତ୍ର ମଧ୍ୟ ଅଛନ୍ତି ।

ଢ଼େଙ୍କାନାଳରେ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିବା ସହ ସେଠାକାର ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ତାଳଚେରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ମଧ୍ୟ ଯାଞ୍ଚ କରିଛନ୍ତି । ରାଜ୍ୟ ସରକାର ଲୋକମାନଙ୍କ ଜୀବନ ଉପରେ କୌଣସି ବିପଦ ନ ଆସିବା ପାଇଁ ସତର୍କ ରହୁଛନ୍ତି । ସେଥିପାଇଁ ଶବୁ ଜିଲ୍ଲା ର କୋଭିଡ୍ – ୧୯ ହସ୍ପିଟାଲ୍ ସଜାଡି ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here