ନୂଆଦିଲ୍ଲୀ ( ଆମ ଭାରତ ) ୧୪/୩ : ଲକଡାଉନକୁ ମେ’ ୩ ଯାଏ ବୃଦ୍ଧି କରିବା ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
୭ଟି ପରାମର୍ଶ ହେଲା :
୧- ସମସ୍ତେ ନିଜ ନିଜ ଘରେ ରହୁଥିବା ବୟସ୍କମାନଙ୍କ ଯତ୍ନ ନିଅନ୍ତୁ। ଯଦି ସେମାନଙ୍କ ଭିତରୁ କାହାରି କୌଣସି ପ୍ରକାରର ରୋଗ ରହିଛି, ତା’ହେଲେ ଅତିରିକ୍ତ ଯତ୍ନ ନିଅନ୍ତୁ।
୩-ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପାଳନ କରନ୍ତୁ।
୪-ସମସ୍ତେ ଆରୋଗ୍ୟ ସେତୁ ମୋବାଇଲ ଆପ ନିଶ୍ଚିତ ଡାଉନଲୋଡ କରନ୍ତୁ।
୫-ପ୍ରତ୍ୟେକ ବ୍ୟକ୍ତି ଗରିବ ପରିବାରର ଯତ୍ନ ନିଅନ୍ତୁ ଓ ସେମାନଙ୍କୁ ଖାଇବାକୁ ଦିଅନ୍ତୁ।
୬- ଶିଳ୍ପସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ। କାହାକୁ ଚାକିରିରୁ ବାହାର କରନ୍ତୁ ନାହିଁ।
୭-କରୋନା ଯୋଦ୍ଧା ଯେପରି କି ଡାକ୍ତର, ନର୍ସ, ପୁଲିସ ଓ ସଫେଇ କର୍ମଚାରୀଙ୍କୁ ସମ୍ମାନ କରନ୍ତୁ।