Home ଓଡ଼ିଶା କଟକ ରେଳ ଷ୍ଟେସନ ଠାରେ ପହଞ୍ଚିଲା ଖାଇବା ତେଲ ।

କଟକ ରେଳ ଷ୍ଟେସନ ଠାରେ ପହଞ୍ଚିଲା ଖାଇବା ତେଲ ।

549
0

କଟକ ( ଆମ ଭାରତ ) ୧୩/୪ : କରୋନା ଭୁତାଣୁର ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ଲକ ଡାଉନ ସତ୍ୱେ ରେଲ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବାକୁ କ୍ରମାଗତ ଭାବେ ସୁନିଶ୍ଚିତ କରୁଅଛି I ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚାଇବା ପାଇଁ ପାର୍ସଲ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଅଛି I ଅତ୍ୟାବଶ୍ୟକ ଜିନିଷ ଯଥା ଫଳ, ପନିପରିବା, ଦୁଗ୍ଧ ଗୁଣ୍ଡ, ଚିନି, ଔଷଧ ଏବଂ ଖାଇବା ତେଲ ଇତ୍ୟାଦି ପରିବହନ କରି ଲୋକମାନଙ୍କର ଜରୁରୀ ଦ୍ରବ୍ୟକୁ ପାର୍ସଲ ଏକ୍ସପ୍ରେସ ଚଳାଚଳ ଦ୍ୱାରା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରିରଖିଛି I

ଆଜି ପଶ୍ଚିମ ବଙ୍ଗ ହଳଦିଆ ପୋତାଶ୍ରୟ ଠାରୁ ପାର୍ସଲ ଏକ୍ସପ୍ରେସ ଦ୍ୱାରା ୯୬ ହଜାର ୨୧୩ କାର୍ଟୁନ (ଯାହାର ଆନୁମାନିକ ଓଜନ ହାରାହାରି ୯୧୯ ଟନ) ଖାଇବା ତେଲ କଟକ ଷ୍ଟେସନ ଠାରେ ପହଞ୍ଚିଛି I ” ଆପଣ ଘରେ ରୁହନ୍ତୁ, – ସୁରକ୍ଷିତ ରୁହନ୍ତୁ , ଆମେ ଆପଣଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବୁ ” ଭଳି ଅବଧାରଣକୁ ସଫଳ କରିବାକୁ ପୂର୍ବତଟ ରେଳପଥର ଅବିଦିତ ଯୋଦ୍ଧାମାନେ ଦିବାରାତ୍ର କର୍ତବ୍ୟରତ I

LEAVE A REPLY

Please enter your comment!
Please enter your name here