Home ଅପରାଧ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ।

୧୪ କରୋନା ଆକ୍ରାନ୍ତ ଚିହ୍ନଟ ।

265
0

ଭୁବନେଶ୍ୱର, ୩୦ା୪

( ଆମ ଭାରତ ): ରାଜ୍ୟରେ ଆଉ ୧୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି । ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ୧୪୨ଜଣ ଆକ୍ରାନ୍ତ ଜିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨କୁ ବୃଦ୍ଧି ପାଇଛି ।

ପୂର୍ବରୁ କଟିକଟା ରୁ ୬ ପଜିଟିଭ୍ ବାହାରିବା ପରେ କଣ୍ଟେନମେଣ୍ଟ ଅଂଚଳ ଘୋଷିତ ହୋଇଥିଲା ,କଟିକଟାର ୨୦୦ ସାମ୍ପଲରୁ ୧୪ ବାହାରିଲେ ପଜିଟିଭ୍ , କଟିକଟା ରେ ମୋଟ ୨୬୯ ପରିବାର ବାସ କରନ୍ତି , ପୁଣି ଅଧିକ ସାମ୍ପଲ ଟେଷ୍ଟିଂ ପାଇଁ ପଠାଯିବ।

LEAVE A REPLY

Please enter your comment!
Please enter your name here