Home ଓଡ଼ିଶା ଲକ୍ ଡାଉନ୍ ରେ ସବୁ ଦୋକାନ ଖୋଲିବ କିନ୍ତୁ କିଛି ସର୍ତ ଅଛି !

ଲକ୍ ଡାଉନ୍ ରେ ସବୁ ଦୋକାନ ଖୋଲିବ କିନ୍ତୁ କିଛି ସର୍ତ ଅଛି !

623
0

ଭୁବନେଶ୍ୱର :୨୫ ।୪( ଆମ ଭାରତ ):କରୋନା ନେଇ ସାରା ଦେଶରେ କଟକଣା । ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା । ମେ ୩ ତାରିଖ ଯାଏ ଏହି ନିୟମ କଡାକଡି କରାଯାଇଥିଲା । କିନ୍ତୁ ଗତ କାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନୁଆ ନୋଟିଫିକେସନ ଦ୍ୱାରା ସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏଥିରୁ ବାଦ ପଡିଛି ମଲ ଓ ସପିଂ କମ୍ପେ୍ଳକ୍ସ । ଯେଉଁ ଦୋକାନ ଖୋଲିବ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ତାଛଡା ଦୋକାନର ଅଧା କର୍ମଚାରୀ କାମ କରିବେ । କିନ୍ତୁ ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଥିବା ଅଂଚଳରେ ଦୋକାନ ବନ୍ଦ ରହିବ ।କେନ୍ଦ୍ରର ଏହି ନିର୍ଦ୍ଦେଶନାମା ପରେ ବ୍ୟାପାରଜଗତ ଟିକେ ଆଶ୍ୱସ୍ଥ ହୋଇଛି । ନିୟମ ଅନୁଯାୟୀ ବ୍ୟବସାୟ କରିବା ପାଇଁ  ଅନୁମତି  ମିଳିଛି । ଲୋକଙ୍କୁ ସାମାଜିକ ଦୂରତା ମନିବା ପାଇଁ ଜରୁରୀ ।

ପୌରାଞ୍ଚଳ ଓ ଜିଲ୍ଲା ସ୍ତରରେ ପଞ୍ଜିକୃତ ହୋଇଥିବା ଦୋକାନ ଖୋଲିବ । ସପ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୧୯୫୬ ଅଧିନରେ ପଞ୍ଜିକୃତ ଦୋକାନ ଖୋଲିବାକୁ ଅନୁମତି ମିଳିଛି ।କେଉଁ ଦୋକାନ ଖୋଲିବ ଏନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସେହିପରି ସହରାଞ୍ଚଳରେ ମ୍ୟୁନସିପାଲଟି କମିଶନର ନିଷ୍ପତ୍ତି ନେବେ।

 

LEAVE A REPLY

Please enter your comment!
Please enter your name here