Home ଅପରାଧ ରାଜ୍ୟରେ ୨ କରୋନା ଆକ୍ରାନ୍ତ ସଂଖ୍ୟା ୨୩କୁ ବୃଦ୍ଧି ।

ରାଜ୍ୟରେ ୨ କରୋନା ଆକ୍ରାନ୍ତ ସଂଖ୍ୟା ୨୩କୁ ବୃଦ୍ଧି ।

389
0

ଭୁବନେଶ୍ୱର ( ଆମ ଭାରତ ) ୫/ ୪  ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ୨ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର । ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍-୨ର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିଲେ । ମାର୍ଚ୍ଚ ୨୨ ତାରିଖରୁ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି ବମିଖାଲ ଅଞ୍ଚଳରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡ଼ିଛି । ସେ ଆଉ କାହା ସମ୍ପର୍କରେ ଆସିଛନ୍ତି ତାର ଅନୁଧ୍ୟାନ ଚାଲିଛି ।

LEAVE A REPLY

Please enter your comment!
Please enter your name here