Home ଓଡ଼ିଶା କେଉଁ କେଉଁ କାର୍ଯ୍ୟ ଉପରେ କୋହଳ କଲେ ରାଜ୍ୟ ସରକାର ?

କେଉଁ କେଉଁ କାର୍ଯ୍ୟ ଉପରେ କୋହଳ କଲେ ରାଜ୍ୟ ସରକାର ?

1106
0

ଭୁବନେଶ୍ୱର ( ଆମ ଭାରତ ) ୧୩/୪ :

  • ଲକଡାଉନ୍ ବେଳେ କୃଷି କାର୍ଯ୍ୟ ଚାଲୁରହିବ
  • ସମସ୍ତ ଶୀତଳ ଭଣ୍ଡାର ଓ ଗୋଦାମ ଘର ଖୋଲାରହିବ
  • ମାଛଚାଷ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଚାଲୁରହିବ
  • ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଓ ପାଇଖାନା ନିର୍ମାଣ ଚାଲୁରହିବ
  • ସମସ୍ତ ପ୍ରକାର ହୋମ୍ ଡେଲିଭରି ବ୍ୟବସ୍ଥା ଲକଡାଉନ୍ ନିୟମରୁ ବାଦପଡ଼ିଲା

ଲକଡାଉନ୍ ସମୟରେ କୃଷିକାର୍ଯ୍ୟ ଯେପରିକି ଧାନ ଅମଳ କରିବା, ତଳି ରୋଇବା, ବୁଣିବା ଆଦି କାମକୁ ଲକଡାଉନ୍ ନିୟମରୁ ବାଦ୍ ଦିଆଯାଇଛି। ଚାଷୀମାନେ ବିନା କୌଣସି ଅସୁବିଧାରେ ଏଣିକି ରବିଧାନ ଅମଳ କରିପାରିବେ। ସେହିପରି କୃଷି କାର୍ଯ୍ୟରେ ଜଡ଼ିତ ଥିବା ପ୍ରତ୍ୟେକ ଅନୁଷ୍ଠାନ ଏହି ସମୟରେ ଖୋଲାରହିବ ବୋଲି ସେ କହିଛନ୍ତି। ଉଦ୍ୟାନ, ଫଳ ଓ ପନିପରିବା ସମ୍ବନ୍ଧୀୟ ସମସ୍ତ ଅନୁଷ୍ଠାନ ମଧ୍ୟ ଖୋଲାରହିବ। ଏହାସହ ଜଡ଼ିତ ଯନ୍ତ୍ରପାତି ଦୋକାନ, ଯନ୍ତ୍ରପାତି ମରାମତି ଦୋକାନ ଓ ଏସବୁର ବିକ୍ରୟ କେନ୍ଦ୍ରଗୁଡ଼ିକ ଖୋଲା ରହିବ। ସେହିଭଳି ଲକଡାଉନ୍ ସମୟରେ ରାଜ୍ୟର ସମସ୍ତ ଶୀତଳ ଭଣ୍ଡାର ଓ ଗୋଦାମ ଘର ମଧ୍ୟ ଖୋଲାରହିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

କୃଷି କାର୍ଯ୍ୟ ସହିତ ଲକଡାଉନ୍ ସମୟରେ ମତ୍ସ୍ୟ ଚାଷକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।  ମତ୍ସ୍ୟଚାଷ ଜନିତ କାର୍ଯ୍ୟ ଚାଲୁରହିବ। ମାଛଧରା ବନ୍ଦର, ମାଛର ନିଲାମ, ମାଛ ଜାଲ ବିକ୍ରୟ ଓ ମରାମତି କେନ୍ଦ୍ର ଆଦି ଖୋଲାରହିବ। ସେହିପରି ପଶୁପାଳନ କାର୍ଯ୍ୟ ମଧ୍ୟ ଚାଲୁରହିବ। ବାହାରେ ବୁଲୁଥିବା ଗାଇଗୋରୁମାନଙ୍କୁ ଖାଇବା ଯୋଗାଇ ଦିଆଯିବ।

ଗାଁ ମାନଙ୍କରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଓ ସ୍ୱଚ୍ଛ ଭାରତ ଅଧିନରେ ପାଇଖାନା ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁରହିବ। ଏହି ସମସ୍ତ କାମ ପାଇଁ ଲକଡାଉନ୍ ନିୟମକୁ କୋହଳ କରାଯାଇଛି। ଏହାବାଦ୍ ବୋରୱେଲ୍ ନିର୍ମାଣ, ଟ୍ୟୁବୱେଲ ନିର୍ମାଣ କାର୍ଯ୍ୟ ମଧ୍ୟ ଯଥାସମ୍ଭବ ସୁରୁଖୁରୁରେ ଚାଲୁରହିବ। ଲକଡାଉନ୍ ସମୟରେ ଜଙ୍ଗଲମାନଙ୍କରେ ବନୀକରଣ କାର୍ଯ୍ୟ ଚାଲୁରହିବା ସହିତ ଜଙ୍ଗଲ ସଫେଇ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ିପାରିବ ବୋଲି ଏସଆରସି ସୂଚନା ଦେଇଛନ୍ତି।

ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ମହିଳାମାନଙ୍କୁ ଏକାଠି କରି କିଛି ବି କାମ କରିପାରିବେ ବୋଲି କୁହାଯାଇଛି।

ଲକଡାଉନ୍ ସମୟରେ ହୋମ ଡେଲିଭରିବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ଲୋକମାନେ ଘରେ ବସି ସମସ୍ତ ପ୍ରକାର ଜିନିଷପତ୍ର ପାଇପାରିବେ। ଏ ସମ୍ବନ୍ଧୀୟ ସମସ୍ତ ପ୍ରକାର ଗମନାଗମନକୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରୁ ବାଦ୍ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here