Home ଓଡ଼ିଶା କ୍ୟାବିନେରେ ଆଜି ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଞ୍ଜୁରି ।

କ୍ୟାବିନେରେ ଆଜି ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଞ୍ଜୁରି ।

767
0

ଭୁବନେଶ୍ୱର,୭ ।୨( ଆମ ଭାରତ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏନେଇ ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନକୁ ଅନୁମୋଦନ ମିଳିବା ସହ ଅନୁକମ୍ପାମୂଳକ ସହାୟତ ଯୋଜନାରେ ଚାକିରି ନିୟମରେ ସଂଶୋଧନକୁ ମଞ୍ଜୁରି ମିଳିଛି । ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଆର୍ଥିକ ଦୁର୍ଗତି ଅନୁସାରେ ଚାକିରି ଦିଆଯିବ । ୨ଟି ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

LEAVE A REPLY

Please enter your comment!
Please enter your name here