Home ଅପରାଧ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଘୋଷଣା କରିଛନ୍ତି।

547
0

ବ୍ରହ୍ମପୁର ୨୯ ।୧(ଆମ ଭାରତ ): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଓଲଟି ୮ ଜଣଙ୍କର ମୃତୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ପରିବାରକୁ ୨ ଲକ୍ଷ  ଲେଖାଏଁ କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମୃତକଙ୍କ ମଧ୍ୟରୁ ଚାରି ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ରାୟଗଡ଼ାର ବିଦ୍ୟୁତ୍ ନାୟକ, ପୁତାବଗଡ଼ର ଝୁନୁ ବେହେରା, କବିସୂର୍ଯ୍ୟନଗରର ବାଲିଅସରା ଗାଁର କରିସ୍ମା ନାୟକ ଓ କୋଦଳାର ଏଲ୍‌ ରମେଶ।

ଗଞ୍ଜାମ ସିଡିଏମ୍‌ଓ କହିଛନ୍ତି ଦିଗପହଡ଼ି ମେଡିକାଲ୍‌ରେ ୩୫ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ସେହିଭଳି ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ୧୪ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଥିବା ନେଇ ଅଧୀକ୍ଷକ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି। ଏହି୧୪ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ଆହତମାନଙ୍କୁ ଡାକ୍ତରଖାନା ଆଣିବାରେ ବିଳମ୍ବ ହୋଇଛି ବୋଲି ଅଭିଯୋଗ ହୋଇଛି।

ବସ୍ ଡ୍ରାଇଭରଙ୍କ ବିଷୟରେ କିଛି ଜଣାପଡ଼ିନି। ସେ ଫେରାର ହୋଇଯାଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here