Home ଓଡ଼ିଶା ଭୋର୍ ୫ ଟାରେ ପରିଦର୍ଶନ କଲେ ପାଣ୍ଡିଆନ ଏସସିବି ମେଡିକାଲ।

ଭୋର୍ ୫ ଟାରେ ପରିଦର୍ଶନ କଲେ ପାଣ୍ଡିଆନ ଏସସିବି ମେଡିକାଲ।

515
0

କଟକ ( ଆମ ଭାରତ )  ୬/ ୧୧ :   ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଅଚାନକ ଯାଇ ପହଞ୍ଚିଲେ କଟକ ବଡ଼ ମେଡ଼ିକାଲ(ଏସସିବି)ରେ । ତାହାପୁଣି ଭୋର ୫ଟା ପୂର୍ବରୁ । ସାଙ୍ଗରେ ଥିଲେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ । ଏସସିବି ଅଧିକାରୀମାନେ ଏହି ଖବର ପାଇ ଆସିବା ବେଳକୁ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ବିଭିନ୍ନ ୱାର୍ଡ ବୁଲି ରୋଗୀସେବା ଅନୁଧ୍ୟାନ କରୁଥିଲେ । ବଡ଼ ଡାକ୍ତରଖାନାର ବିଭିନ୍ନ ସୁବିଧା ଅସୁବିଧା ଛାନଭିନ୍ କରିଥିଲେ ।

ରାତି ପାହିବା ପୂର୍ବରୁ ଆଜି ପାଣ୍ଡିଆନ୍ ଙ୍କ ଏସସିବି ଅଚାନକ ଗସ୍ତ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କର ଏଭଳି ଅଭିଯାନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । କେତେବେଳେ କେଉଁ ଡାକ୍ତରଖାନାରେ ସେ ପହଞ୍ଚିବେ ତାହା ଅନୁମାନ ବାହାରକୁ ଚାଲିଯାଇଛି ।ତେବେ ଆଜି ଲୋକସଭା ଭବନରେ ସନ୍ଧ୍ୟା ୬ଟା ୩୦ରେ ଏସିବିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସିବିର ସବୁ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା ହେବ । ଏହା ସହ ଛାତ୍ର ଓ ପ୍ରଶାସନ କର୍ତ୍ତୃପକ୍ଷଙ୍କ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here