Home ଓଡ଼ିଶା ଆଜି ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବରେ ମୋହର ଲାଗିଛି ।

ଆଜି ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବରେ ମୋହର ଲାଗିଛି ।

630
0

ଭୁବନେଶ୍ୱର ( ଆମ ଭାରତ ) ୨୬/୯ : ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ହୋଇଥିଲା । ବୈଠକରେ ୧୦ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି । ୨୦୧୯-୨୦ ପାଇଁ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟକୁ ଅନୁମୋଦନ ହୋଇଛି । ୬୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହକୁ ଅନୁମୋଦନ ହେବା ସାଙ୍ଗକୁ ଏଣିକି ୪୮ଘଣ୍ଟା ମଧ୍ୟରେ ଧାନ ବିକ୍ରି ଟଙ୍କା ଚାଷୀ ପାଇବେ । ୧୦୦% ଚାଉଳ ଫେରସ୍ତ ଦେଇ ନଥିଲେ ମିଲର ଧାନ କିଣି ପାରିବେ ନାହିଁ । ଏଣିକି ଧାନ କିଣାରେ ମହିଳା ଏସଏଚଜି ନିୟୋଜିତ ହେବେ । ସ୍ୱଳ୍ପ ସଞ୍ଚୟ ସଂସ୍ଥାର କାର୍ଯ୍ୟ ପରିସର ସଂଶୋଧନକୁ ଅନୁମୋଦନ ହୋଇଛି । ସଂସ୍ଥାର କର୍ମଚାରୀଙ୍କୁ ବିତ୍ତୀୟ ସାକ୍ଷରତା କାମରେ ଲାଗାଯିବ । ଡିବିଟି ଓ ଅଣନଗଦ କାରବାରରେ ନିୟୋଜିତ କରାଯିବ । ବରମୁଣ୍ଡା ବସଷ୍ଟାଣ୍ଡ ପାଇଁ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ ହୋଇଛି । ବସଷ୍ଟାଣ୍ଡ ପାଇଁ ୧୬୦.୬୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୨ବର୍ଷରେ କାମ ସରିବ ଓ ଠିକା ସଂସ୍ଥା ୫ବର୍ଷ ପରିଚାଳନା କରିବ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି ଦିଆଯିବ । ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି ମଞ୍ଜୁର ହୋଇଛି । ପୁର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ କ୍ୟାବିନେଟୁ ମଞ୍ଜୁରି ଦେଇଛି । ଯାଜପୁରରେ ଟମକା- ମଙ୍ଗଳପୁର ୪ ଲେନ ରାସ୍ତା ପାଇଁ ମଞ୍ଜୁରି ହୋଇଛି । ସେହି ୨୬କିମି ରାସ୍ତା ପାଇଁ ଡିଏମଏଫରୁ ୧୧୭ କୋଟି ଟଙ୍କା ଦିଆଯିବ । ୨ଟି ମେଡ଼ିକାଲ କଲେଜର ଆନୁଷ୍ଠନିକ କାର୍ଯ୍ୟ ପାଇଁ ଟେଣ୍ଡର ମଞ୍ଜୁର ହୋଇଛି । ବାଲେଶ୍ୱର ପାଇଁ ୧୪୪.୯୮କୋଟି ଟଙ୍କା ଖର୍ଚ୍ଚ ହେବ । ବଲାଙ୍ଗିର ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ୨ଟି ମେଡ଼ିକାଲ କଲେଜର କାମ ଅଢ଼େଇ ବର୍ଷରେ ସରିବ ।

LEAVE A REPLY

Please enter your comment!
Please enter your name here