Home ଓଡ଼ିଶା ‘କାଳିଆ’ ଯୋଜନାରେ କେତେ ଅଯୋଗ୍ୟ ବାହାରିଛନ୍ତି ?

‘କାଳିଆ’ ଯୋଜନାରେ କେତେ ଅଯୋଗ୍ୟ ବାହାରିଛନ୍ତି ?

242
0

ଭୁବନେଶ୍ୱର ( ଆମ ଭାରତ ) ୧୭|୯ :ସରକାର କହୁଛନ୍ତି ୨୦ ହଜାର ସରକାରୀ ଓ ପେନସନ ଭୋଗୀ କାଳିଆ ଟଙ୍କା ନେଇଛନ୍ତି । ନାବାଳକ, ନାବାଳିକାଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିଛି । ମୋଟ୍ ୫୧ଲକ୍ଷ ୫ହଜାର ୨୯୦ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟ ବାହାରିଛନ୍ତି ୩ଲକ୍ଷ ୪୧ ହଜାର ହିତାଧିକାରୀ । କାଳିଆ ଟଙ୍କା ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି, ସରକାରୀ କର୍ମଚାରୀଙ୍କ ଦରମାରୁ ଟଙ୍କା କଟିବ । ଆଉ ଯିଏ ସ୍ୱତଃ ଟଙ୍କା ଫେରାଇବାକୁ ଚାହିଁବେ ସେମାନଙ୍କ ପାଇଁ ଏକ ଆକାଉଂଟ ନମ୍ବର ମଧ୍ୟ ଜାରି କରାଯାଇଛି ।

‘କାଳିଆ’ ଯୋଜନାରେ ଏହୀମାନେ  ଅଯୋଗ୍ୟ ବିବେଚିତ ହୋଇଛନ୍ତି l

-୨୦ ହଜାର ସରକାରୀ ଚାକିରିଆ ଓ ପେନସନ୍ ଭୋଗୀ ଅର୍ଥାତ୍ ୧୦ କୋଟି
-୯ ହଜାର ନାବାଳକ/ନାବାଳିକା ଅର୍ଥାତ୍ ୪ କୋଟି ୫୦ ଲକ୍ଷ
-୧୨ ହଜାର ବଡ଼ ଚାଷୀ ଅର୍ଥାତ୍ ବଡ଼ ଚାଷୀଙ୍କ ନାଁରେ ଯାଇଛି ୬କୋଟି

ଆଉ ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟ ବିବେଚିତ ହୋଇଛନ୍ତି ୩ଲକ୍ଷ ୪୧ ହଜାର ହିତାଧିକାରୀ ।

-ସରକାରୀ ଚାକିରିଆ ଏବଂ ପେନସନଭୋଗୀ ପାଇଥିବା କାଳିଆ ଟଙ୍କା ସ୍ୱାଭାବିକ ଭାବେ ଟଙ୍କା ନଫେରାଇଲେ ଦରମା ବା ପେନସନରୁ ଏହି ରାଶି ଭରଣା କରାଯିବ l
– ନାବାଳିକ/ନାବାଳିକା ପାଇଥିବା କାଳିଆ ଟଙ୍କାକୁ ସଂପୃକ୍ତ ପରିବାରର ଯୋଗ୍ୟ ହିତାଧିକାରୀଙ୍କ ପରବର୍ତ୍ତୀ କିସ୍ତି ସହାୟତା ରାଶି ସହ ବ୍ୟବସ୍ଥିତ କରାଯିବ l
-ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି କାଳିଆ ଟଙ୍କା ପାଇଥିଲେ,ପରିବାରର ଯୋଗ୍ୟ ହତାଧିକାରୀଙ୍କ ପରବର୍ତ୍ତୀ କିସ୍ତି ସହାୟତା ରାଶି ସହ ବ୍ୟବସ୍ଥିତ କରାଯିବ l
ଏସବୁ ବ୍ୟତୀତ କୌଣସି ଯୋଗ୍ୟ ବା ଅଯୋଗ୍ୟ ହିତାଧିକାରୀ ସ୍ୱତଃପ୍ରବୃତ ଭାବରେ କାଳିଆ ଟଙ୍କା ଫେରାଇବାକୁ ଚାହୁଁଥିଲେ ଓଡ଼ିଶା ସଚିବାଳୟ ଶାଖାର ଆକାଉଣ୍ଟ ନମ୍ବର-୩୮୪୭୪୫୦୦୭୬୨ରେ ଫେରସ୍ତ କରିପାରିବେ ।

LEAVE A REPLY

Please enter your comment!
Please enter your name here