Home ଓଡ଼ିଶା ୩ମାସ ଏହି ନୂଆ ଟ୍ରାଫିକ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ।

୩ମାସ ଏହି ନୂଆ ଟ୍ରାଫିକ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ।

208
0

ଭୁବନେଶ୍ୱର ( ଆମ ଭାରତ ) ୯/୯ :

ଓଡ଼ିଶାରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ସହ ଅତ୍ୟଧିକ ଜୋରିମାନା ଚିନ୍ତା ବଢାଇଥିବା ଲୋକଙ୍କ ରୋଷକୁ ଦେଖି ୩ମାସ ଏହି ନୂଆ ଟ୍ରାଫିକ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶରେ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟ ଓଁଲାଗୁ ହେବା ପରେ ଓଡ଼ିଶାରେ ମଧ୍ୟ ଏହା କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ଏଥିରେ ଗାଡ଼ିର କୈାଣସି ଜରୁରୀ କାଗଜପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ଓ ନୋ ପଲ୍ୟୁସନ ହେଲମେଟ ଆଦି ବାଧ୍ୟତାମୂଲକ ଥିଲା । ଏହା ସହ ଏହି ସବୁ କାଗଜପତ୍ର କିମ୍ବା ଟ୍ରାଫିକ ନିୟମ ଉଲଂଘନ ଉପରେ ଅତ୍ୟଧିକ ଜୋରିମାନାକୁ ନେଇ ଲୋକଙ୍କ ମନରେ ଅସେନ୍ତାଷ ମଧ୍ୟ ପ୍ରକାଶ ପାଇଥିଲା ।  ସାମାନ୍ୟ ଟ୍ରାଫିକ ନିୟମ ଉଲଂଘନ କଲେ ଅତ୍ୟଧିକ ଜୋରିମାନା ପଡ଼ୁଥିବାରୁ ଲୋକଙ୍କ କଥା ଚିନ୍ତା କରି ୩ମାସ ଯାଏଁ ଏହାକୁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ମାସ ଯାଏଁ ଏହି ନୂଆ ମୋଟରଯାନ ଆଇନ କଡ଼ାକଡ଼ି ପାଳନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଲୋକଙ୍କ ପ୍ରତି କଠୋର ମନଭାବ ପୋଷଣ ନକରିବାକୁ ପୋଲିସ ଓ ଟ୍ରାଫିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକଙ୍କ ପ୍ରତି କଠୋର ମନଭାବ ପୋଷଣ ନକରିବାକୁ ପୋଲିସ ଓ ଟ୍ରାଫିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କଠୋର ନ ହୋଇ ଲୋକଙ୍କୁ ଟ୍ରାଫିକ ନିୟମ ସର୍ମ୍ପକରେ ବୁଝାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବାକୁ ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ ଲୋକଙ୍କୁ ସେ ନିବେଦନ କରିଛନ୍ତି ।

ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଓଡ଼ିଶାରେ ଅଧିକ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । ଏମିତିକି ରାଜଧାନୀରେ ଅଟୋ ଚାଳକଙ୍କୁ ଲାଗିଥିଲା ୪୭,୫୦୦ ଟଙ୍କା ଫାଇନ,ଭଦ୍ରକରେ ୨୭,୫୦୦ ଫାଇନ ଓ ସମ୍ବଲପୁରରେ ଟ୍ରକକୁ ୮୫ହଜାର ଟଙ୍କା ଜୋରିମାନା । ଟ୍ରାଫିକ ନିୟମ ଉଲଘଂନ ଉଳଘଂନ ଉପରେ ପୂର୍ବ ଅପେକ୍ଷା ୧୦ଗୁଣା ଅଧିକ ଜୋରିମାନା ଲାଗୁଥିଲା । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହା ସହ ଟ୍ରାଫିକ ନିୟମକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱର ରାଜମହଲ ଛକରେ ପୋଲିସ ଓ ଜନତା ମୁହାଁମୁହିଁ ସ୍ଥିତି ମଧ୍ୟ ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here