Home ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୯ତମ ଜନ୍ମ ଦିବସ ପାଳନ କଲେ ଗୁଜୁରାଟରେ l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୯ତମ ଜନ୍ମ ଦିବସ ପାଳନ କଲେ ଗୁଜୁରାଟରେ l

276
0

ନୂଆଦିଲ୍ଲୀ ( ଆମ ଭାରତ ) 17/9 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୬୯ତମ ଜନ୍ମ ଦିବସ ମନାଇବା ପାଇଁ ଗୁଜୁରାତ ଗସ୍ତରେ ଅଛନ୍ତି ।

ଜନ୍ମଦିନରେ ସେ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିବା ପାଇଁ ସର୍ଦାର ସରୋବର ଡ୍ୟାମ ପହଁଚିବା ସହ ପୂଜାର୍ଚ୍ଚନା କରିଛନ୍ତି ।ଏହା ପୂର୍ବରୁ ସେ ନର୍ମଦା ଜିଲ୍ଲାର କେବାଡିଆରେ ଖଲବାନୀ ଉକୋ ଟୁରିଜିମ ସାଇଟ ଭ୍ରମଣ କରିଥିଲେ । ଏହି ସମୟରେ ସେ ଜଙ୍ଗଲ ସଫାରୀର ମଜା ନେଇଥିଲେ । ଏପରିକି ସେ ସର୍ଦାର ସରୋବର ଡ୍ୟାମ ନିକଟରେ ଥିବା ଏକତା ନର୍ସରୀକୁ ବୁଲି ଦେଖିଥିଲେ । ନର୍ମଦା ପୂଜା କରିବା ପରେ ସେ ନମାମି ନର୍ମଦେ ମହୋତ୍ସବର ମଧ୍ୟ ଉଦଘାଟନ କରିବେ । ଗତକାଲି ମୋଦୀ ଅହମ୍ମଦାବାଦରେ ପହଁଚିଥିଲେ । ସେ

ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କୁ ସ୍ୱାଗତ କରିଥିଲେ । ସେ ନିଜ କାର୍ କେଡ୍ ସହ ରାସ୍ତାରେ ଯିବା ବେଳେ ଉଭୟ ପାଖରେ ହଜାର ହଜାର ଲୋକ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲେ । ମୋଦୀ କାରରେ ବସି ହାତ ହଲାଇ ସେମାନଙ୍କୁ ଅଭିବାଦନ ଜଣାଇଥିଲେ । ଏ

ସେ ଆଜି ସକାଳେ ତାଙ୍କ ମା ହୀରାବେନଙ୍କ ଆଶୀର୍ବାଦ ନେଇଥିଲେ ।ସକାଳ ୮ଟା ବେଳେ ମମତା ଟ୍ୱିଟ କରି ବେଙ୍ଗଲୀ ଭାଷାରେ ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ବୋଲି କହିଛନ୍ତି।ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି  ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ବୋଲି କହିଛନ୍ତି। ସେଭଳି ଅନେକ ଦେଶଭାରୁ ବି ଶୁଭେଚ୍ଛା ଜଣେଛନ୍ତି l

LEAVE A REPLY

Please enter your comment!
Please enter your name here