Home ଓଡ଼ିଶା ଅରୁଣ ଜେଟଲୀଙ୍କ ଦେହାନ୍ତ।

ଅରୁଣ ଜେଟଲୀଙ୍କ ଦେହାନ୍ତ।

160
0

ଆମଭାରତ  (ନୂଆଦିଲ୍ଲୀ ) ୨୪/୮ :    ବହୁତ ଦିନ      ଧରି ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଥିଲେ ଜେଟଲି। ୯ ଅଗଷ୍ଟରେ ଭର୍ତି ହୋଇଥିଲେ  ।  ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ।ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ।66ବର୍ଷ ବୟସରେ ଇହଧାମ ତ୍ଯାଗ ।

ରାଜ୍ୟସଭା ସାଂସଦ ଅରୁଣ ଜେଟଲୀ ।

ଜନ୍ମ – ୨୮ ଡିସେମ୍ବର ୧୯୫୨ ।

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ।

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଥିଲେ ଅରୁଣ ।

ବାଜପାୟୀ ଓ ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ।

ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ।

ଅର୍ଥ, ପ୍ରତିରକ୍ଷା, ଶିଳ୍ପ ଓ ବାଣିଜ୍ୟ, ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଜେଟଲୀ ।

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ ଅରୁଣ ।

ସ୍ୱାସ୍ଥ୍ୟଗତ କାରଣରୁ ୨୦୧୯ ମୋଦୀଙ୍କ କ୍ୟାବିନେଟ୍ରେ ହୋଇନଥିଲେ ସାମିଲ ।

ଛାତ୍ର ଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ ଜେଟଲୀ ।

ଜରୁରୀକାଳୀନ ସ୍ଥିତି ସମୟରେ ୧୯ ମାସ ଜେଲରେ କାଟିଥିଲେ ଅରୁଣ ।

ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ।

୧୯୭୩ରେ ଜାତୀୟ ଛାତ୍ର ଓ ଯୁବ କମିଟିର ଆବାହକ ଥିଲେ ଜେଟଲୀ ।

୧୯୭୭ରେ ଲୋକତାନ୍ତ୍ରିକ ଯୁବମୋର୍ଚ୍ଚାର ଅବାହକ ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦିଲ୍ଲୀ ସଭାପତି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।

୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ ।

ବିଜେପି ଯୁବମୋର୍ଚ୍ଚାର ସଭାପତି ରହିଥିଲେ ଜେଟଲୀ ।

ଦିଲ୍ଲୀ ବିଜେପିର ସାଧାରଣ ସଂପାଦକ ଥିଲେ ଜେଟଲୀ ।

୧୯୯୧ରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ।

୧୯୯୯ରେ ବାଜପାୟୀଙ୍କ ସରକାରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)

୨୦୦୦ ମସିହାରେ ଆଇନ ମନ୍ତ୍ରୀର ଦାୟିତ୍ୱ ।

୨୦୦୩ରେ ଶିଳ୍ପ ଓ ବାଣିଜ୍ୟ, ଆଇନ ଓ ନ୍ୟାୟ କ୍ୟାବିନେଟ୍ ମନ୍ତ୍ରୀ ।

୨୦୦୯ ପର୍ଯ୍ୟନ୍ତ ବିଜେପି ସାଧାରଣ ସଂପାଦକ ।

୧୯୮୭ରୁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ।

୧୯୯୦ ମସିହାରେ ସିନିୟର ଆଡଭୋକେଟ୍ ଭାବେ ମାନ୍ୟତା ଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।

ଭି. ପି. ସିଂହ ସରକାରରେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ପାଇଥିଲେ ନିଯୁକ୍ତି ।

ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୧୨ଟା ୭ ମିନିଟରେ ଦେହାନ୍ତ ।

LEAVE A REPLY

Please enter your comment!
Please enter your name here