Home ଓଡ଼ିଶା ଯବାନଙ୍କ ମରଶରୀରକୁ କାନ୍ଧେଇଲେ ବିଧାୟକ ।

ଯବାନଙ୍କ ମରଶରୀରକୁ କାନ୍ଧେଇଲେ ବିଧାୟକ ।

197
0

ଆମଭାରତ ( ନବରଙ୍ଗପୁର ) ୨୭/୮ : ନବରଙ୍ଗପୁର: ଯବାନଙ୍କ ମରଶରୀର କାନ୍ଧେଇଲେ ବିଧାୟକ । ସଡକ ଦୁର୍ଘଟଣାରେ ମୃତ ଏସଓଜି ଯବାନ ଶତ୍ରୁଘ୍ନ ଗଣ୍ଡଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କାନ୍ଧେଇଥିବା ଦେଖିବାକୁ ମିଳିଛି ।ଭୁବନେଶ୍ବରକୁ ତାଲିମ ପାଇଁ ଯାଇଥିବା ଶତ୍ରୁଘ୍ନଙ୍କର ମୋଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଆଜି(ମଙ୍ଗଳବାର) ତାଙ୍କର ମରଶରୀର ରାଇଘର ବ୍ଲକ ଛେଡିଡଙ୍ଗରୀ ଗ୍ରାମ ପଞ୍ଚାୟତ ଚିଙ୍ଗିଡିଭଟା ଠାରେ ପହଞ୍ଚିଥିଲା । ତେବେ ତାଙ୍କର ଶେଷ ଦର୍ଶନ କରିବା ଲାଗି ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ସମୟରେ ଶଶ୍ମାନ ପର୍ଯ୍ୟନ୍ତ ମରଶରୀରକୁ କାନ୍ଧେଇ ନେଇଥିଲେ ବିଧାୟକ । 2013 ମସିହା ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିଥିଲେ ଶତ୍ରୁଘ୍ନ । ସେ ଲୋକ ମାନଙ୍କ ସୁଖ ଦୁଃଖରେ ସାହାଯ୍ୟ ମଧ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here