Home ଅପରାଧ ପି . ଚିଦାମ୍ବରମ ଙ୍କୁ ଆଜି କୋର୍ଟରେ ହାଜର କରିବ ସିବିଆଇ।

ପି . ଚିଦାମ୍ବରମ ଙ୍କୁ ଆଜି କୋର୍ଟରେ ହାଜର କରିବ ସିବିଆଇ।

247
0

ନୂଆଦିଲ୍ଲୀ ୨୨|୮: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହେବାରୁ ବଞ୍ଚିବା ଲାଗି ଚିଦାମ୍ବରମ୍‌ଙ୍କ ସବୁ ଚେଷ୍ଟା ବିଫଳ ହୋଇଛି । ରାତିସାରା ମାରାଥନ୍ ଜେରା ପରେ ଆଜି ଗିରଫ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ କୋର୍ଟରେ ହାଜର କରିବ ସିବିଆଇ ।

ହାଇଭୋଲଟେଜ୍ ଡ୍ରାମା ପରେ ତାଙ୍କୁ ଦିଲ୍ଲୀ ଜେରବାଗ୍ ବାସଭବନରୁ ଗିରଫ କରିଛି ସିବିଆଇ । ୭୩ବର୍ଷୀୟ ଚିଦାମ୍ବରମ୍ ରାତି କାଟିଛନ୍ତି ସିବିଆଇ ମୁଖ୍ୟାଳୟରେ । ତାଙ୍କୁ ରାତିସାରା ସିବିଆଇ ଅଧିକାରୀ ମାରାଥନ ଜେରା କରିଛନ୍ତି । ଆଜି ତାଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବ । ସିବିଆଇ ଚିଦାମ୍ବରମଙ୍କୁ ୧୪ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିପାରେ ।

ଚିଦାମ୍ବରଙ୍କ ଆଗୁଆ ଜାମିନ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ  ଶୁଣାଣି କରିବାର ଥିଲା ।ଏବେ ସେ ନିୟମିତ ଜାମିନ ଆବେଦନ କରିପାରିବେ । ଚିଦାମ୍ବରମଙ୍କୁ ପ୍ରଥମେ ସେହି କୋର୍ଟରେ ଜାମିନ୍ ଆବେଦନ କରିବାକୁ ପଡିବ ଯେଉଁ କୋର୍ଟରେ ତାଙ୍କୁ ହାଜର କରାଯିବ । ସେଠାରେ ଜାମିନ ଆବେଦନ ଖାରଜ ହେଲେ ସେ ଉଚ୍ଚ ଅଦାଲତରେ ଜାମିନ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here