Home ଦେଶ ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନ ସେନା ଗୁଳିର ଶିକାର ।

ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନ ସେନା ଗୁଳିର ଶିକାର ।

180
0

ଆମ ଭାରତ ( ନୂଆଦିଲ୍ଲୀ ) ୨୦/୮ :    ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନୀ ସେନାର କମାଣ୍ଡୋକୁ ଭାରତୀୟ ସୁରକ୍ଷାକର୍ମୀ ମାରି ନିପାତ କରିଛନ୍ତି । ଏଲଓସିରେ ପାକିସ୍ତାନ ସେନା ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନର ଭାରତୀୟ ସେନା କଡା ଜବାବ ଦେଇଥିଲେ, ଯେଉଁଥିରେ ପାକ କମାଣ୍ଡୋଙ୍କ ମୃତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ପାକ ସେନାର ସ୍ପେସାଲ ସର୍ଭିସ ଗ୍ରୁପରେ ସାମିଲ ଥିବା ସୁବେଦାର ଅହମ୍ମଦ ଖାନ ଅଭିନନ୍ଦନଙ୍କୁ ଗିରଫ କରିବା ପରେ ତାଙ୍କୁ ନିର୍ଯାତନା ଦେଇଥିଲେ । ସୂଚନାଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନର ବାଲାକୋଟରେ ପଶି ଆତଙ୍କବାଦୀ କ୍ୟାମ୍ପ ଗୁଡିକୁ ଧ୍ୱଂସ କରିଥିଲେ ।

ଏହାପରେ ପାକିସ୍ତାନ ବିମାନ ଭାରତୀୟ ସୀମାରେ ପ୍ରବେଶ କରିବାର ଦୁଃସାହାସ କରିଥିଲା, ଯାହାର କଡା ଜବାବ ଦେଇ ଦେଇଥିଲେ ଅଭିନନ୍ଦନ । ପାକିସ୍ତାନ ବିମାନ ସହ ଯୁଦ୍ଧ କରିବା ସମୟରେ ଅଭିନନ୍ଦନ ନିଜର ବିମାନରୁ ଖସି ପିଓକେରେ ପଡିଥିଲେ । ଏହି ସମୟରେ ପାକିସ୍ତାନର ସୈନ୍ୟମାନେ ଅଭିନନ୍ଦନଙ୍କୁ ଗିରଫ କରିଥିଲେ । ଖବର ଅନୁସାରେ ଅହମଦ ଖାନଙ୍କ ଏଲଓସିର ନକିୟାଲ ସେକ୍ଟରରେ 17 ତାରିଖରେ ହୋଇଥିବା ଫାଏରିଂରେ ମୃତ୍ୟୁ ହୋଇଛି । ଅହମ୍ମଦ ଖାନ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ସମୟରେ ଭାରତୀୟ ସେନାର ଗୁଳିର ଶିକାର ହୋଇଥିଲା ।

LEAVE A REPLY

Please enter your comment!
Please enter your name here