Home ଓଡ଼ିଶା ମାଗଣାରେ ଓକିଲ ସୁବିଧା କରାଇବେ ସରକାର !

ମାଗଣାରେ ଓକିଲ ସୁବିଧା କରାଇବେ ସରକାର !

171
0

ଆମଭାରତ ( ଭୁବନେଶ୍ୱର ) ୧୯/୭ :
ଗରିବଙ୍କୁ ମାଗଣାରେ ଆଇନ୍ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ସରକାରଙ୍କର ।ସୁପ୍ରିମକୋର୍ଟ ପକ୍ଷରୁ ପ୍ରତିଟି ବ୍ୟକ୍ତି ମାଗଣା ଆଇନ ସହାୟତା ପାଇବା ପାଇଁ ଯୋଗ୍ୟ ଏବଂ ଏହା ତାଙ୍କର ମୌଳିକ ଅଧିକାର ବୋଲି ଘୋଷଣା କରିସାରିଛନ୍ତି ।

• ଅନୁସୂଚିତ ଜାତି ବା ଜନଜାତି ସମୁଦାୟର ଲୋକଙ୍କୁ ।

• ଭିକ୍ଷାରୀ ତଥା ଦାଦନ ଚାଲାଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ।

• ମହିଳା, ଶିଶୁ ଏବଂ ଦିବ୍ୟାଙ୍ଗଙ୍କୁ ।

• କୌଣସି ପ୍ରାକୃତିକ ବିପର୍ଯ୍ୟୟ ତଥା ଭୂମିକମ୍ପ, ବନ୍ୟା, ବାତ୍ୟା ଏବଂ ମରୁଡିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ।

• ପ୍ରତିଶୋଧମୂଳକ ତଥା ଜାତିଗତ ହିଂସା କିମ୍ବା ସାମ୍ପ୍ରଦାୟିକ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ।

• କୌଣସି ଔଦ୍ୟୋଗିକ ଦୁର୍ଘଟଣାର ଶିକାର ବ୍ୟକ୍ତି ବା ଶ୍ରମିକଙ୍କୁ ।

• ଶିଶୁ ସୁଧାର ଗୃହର କିଶୋର ଏବଂ ମାନସିକ ରୋଗୀଙ୍କର ।

• ସେହିଭଳି ଯେଉଁ ବ୍ୟକ୍ତିର ବାର୍ଷିକ ଆୟ ୨୫ ହଜାରରୁ କମ ହୋଇଥିବ ।

ସୁପ୍ରିମକୋର୍ଟରେ କେସ୍ ଲଢିପାରିବେ ତେବେ ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି କିମ୍ବା ଏହାର ୱେବସାଇଟ୍ ତଥା https://nalsa.gov.in/lsams/ ରେ ଯୋଗାଯୋଗ କରିପାରିବେ । ଏହାବ୍ୟତୀତ ଯଦି ଆପଣ ହାଇକୋର୍ଟରେ ବି କେସ ଲଢି ପାରିବେ । ତେବେ ମାଗଣା ଆଇନ ସହାୟତା ପାଇଁ ଆପଣଙ୍କୁ ରାଜ୍ୟ ଷ୍ଟେଟ ଲିଗାଲ ସର୍ଭିସ ଅଥରିଟି (https://nalsa.gov.in/state-lsas-websites) ସହ ସଂପର୍କ କରିବାକୁ ହେବ ।ଗରିବଙ୍କୁ ଜିଲ୍ଲା ସ୍ତରରେ ବି ମାଗଣା ଆଇନ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟିଙ୍କ ସହ ଆପଣ ଯୋଗାଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here