Home ଓଡ଼ିଶା ଆଜି ମହାପ୍ରଭୁଙ୍କ ସୁନା ବେଶ କେତେ ସମୟ ଓ ପୁରୀ ଯିବାର ଟ୍ରାଫିକ ନିୟମ କାର୍ଯ୍ୟକ୍ରମ...

ଆଜି ମହାପ୍ରଭୁଙ୍କ ସୁନା ବେଶ କେତେ ସମୟ ଓ ପୁରୀ ଯିବାର ଟ୍ରାଫିକ ନିୟମ କାର୍ଯ୍ୟକ୍ରମ ପଢ଼ନ୍ତୁ ?

232
0

ଆମଭାରତ ( ପୁରୀ ) ୧୩/୭ : ; ଆଜି ମହାପ୍ରଭୁଙ୍କ ସୁନା ବେଶ । ଗତକାଲି ମାଉସୀ ମାଙ୍କ ଘରୁ ଆସିବା ପରେ ବଡ ଦାଣ୍ଡରେ ଅଟକି ରହିଛନ୍ତି ଚତୁର୍ଦ୍ଧା ମୁରତୀ । ନୀତି ଅନୁଯାୟୀ ଆଜି ମହାପ୍ରଭୁଙ୍କ ସୁନାବେଶ । ଅଳଙ୍କାରରେ ସଜେଇ ହେବେ ବଳଭଦ୍ର,ସୁଭଦ୍ର ଏବଂ କାଳିଆ ସାଆନ୍ତେ । ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବ ରାତ୍ର ପ୍ରାୟ ୧୧ ଟା ରୁ ୧୨ ଟା ଭିତରେ ସରିବାର କାର୍ଯ୍ୟ ରହିଛି । ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବାର କାର୍ଯ୍ୟକ୍ରମ ରହିଛି।

ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ଶେଷ ହେବ। ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୧ଟାରୁ ୧୨ଟା ସକାଳ ଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରେ ମଇଲମ, ଅପରାହ୍ଣ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍ଣ ୨ଟାରୁ ୩ଟାରେ ମଧ୍ୟାହ୍ନ ଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍ଣ ୪ଟାରେ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହେବ। ଅପରାହ୍ଣ ୪ଟାରୁ ୫ଟା ଭିତରେ ତିନି ଠାକୁରଙ୍କୁ ସୁନାବେଶ କରାଯିବା ପରେ ଭକ୍ତଙ୍କ ସୁନାବେଶ ଦର୍ଶନ ଆରମ୍ଭ ହେବ।

 

Traffic Advisory for Sunabesa Dt: 13.07.2019 Time: 12.30 P.M.
Light vehicles coming to Puri on NH-316 are diverted from Malatipatapur ROB to Grid Station via Nilachal Link, ITI Chhak to park at Talabania.
Vehicles having passes and all two wheelers are coming to respective parking places via malatipatpur, Batagaon, Mangalaghat. The pass vehicle will return to NH -316 via Hanscocopalm, Sterlin road, Mangalahat. Batagaon and Malatipatpur. Return of two wheeler will be via Jatiababaji chowk, Kumbharapada, Atharanala Maltipatapur.
All regular Passenger buses are coming to Talabania Bus stand as per the mobility plan.

LEAVE A REPLY

Please enter your comment!
Please enter your name here