Home ଓଡ଼ିଶା ସରକାରଙ୍କୁ ସୌମ୍ୟଙ୍କ ପରାମର୍ଶ – ସଂଖ୍ୟାକୁ ନେଇ ଗର୍ବ କରନି ।

ସରକାରଙ୍କୁ ସୌମ୍ୟଙ୍କ ପରାମର୍ଶ – ସଂଖ୍ୟାକୁ ନେଇ ଗର୍ବ କରନି ।

244
0

ଆମଭାରତ ( ଭୁବନେଶ୍ୱର ) ୨୭/୬ :
ରାଜ୍ୟପାଳଙ୍କ ଧନ୍ୟବାଦ ଭାଷଣରେ ଭାଗ ନେଇ ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜର ଭାଷଣରେ ସମସ୍ତଙ୍କ ମନ କିଣିଥିଲେ I ଏହାସହ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସରକାରଙ୍କର ବିଭିର୍ନ ଯୋଜନାରେ ଲୋକମାନେ କିପରି ଲାଭବାନ ହେଉଛନ୍ତି ସେ କଥା ମଧ୍ୟ କହିଥିଲେ I ମୁଁ ରାଜନୀତି ବିଜ୍ଞାନର ଛାତ୍ର । କିନ୍ତୁ ରାଜ୍ୟସଭା, ଲୋକସଭା ସହ ବିଧାନସଭାର ସ୍ୱଳ୍ପ କାଳର ସଭ୍ୟ ହିସାବରେ ଏଠି ଘଟୁଥିବା ଘଟଣା ମୋତେ ଆମୋଦିତ କରୁଛି । ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବର୍ତ୍ତମାନ ଆମ ତୁମ ଭିତରେ ରାଜନୀତି ସୀମିତ । ବିଧାନସଭାକୁ ଆମେ କେବଳ ଆଇନ କରିବାକୁ ଆସିନେ ବରଂ ଲୋକଙ୍କ ସହ ଯୋଡି ହେବାକୁ ଆସିଛେ । ବିରୋଧୀଙ୍କ କାମ କଣ କେବଳ ବିରୋଧ କରିବା ? ମୁଖ୍ୟମନ୍ତ୍ରୀଙ୍କ ସଫଳତାର ମୁଳମନ୍ତ୍ର ଲୋକଙ୍କ ସହ ଯୋଡି ହେଇ ରହିବା । ଆମେ ମଧ୍ୟ ସେପରି କରିବା କଥା । ଦିନଥିଲା ଓଡିଆଙ୍କ ଦୁଇଟି ପରିଚୟ ଥିଲା ଜଗନ୍ନାଥ ଓ ଭୋକମାରୀ । ରାଜ୍ୟପାଳଙ୍କ ଭାଷଣ ଆମକୁ ଏ ପରିଚୟରୁ ମୁକ୍ତ କରିଛି । ଆମେ ସବୁ ଭୋଟ୍ କାଙ୍ଗାଳ ନେତା । କେବଳ ଦୋଷ ଠେଲି ରାଜନୀତି କରୁଛୁ । ଗରୀବଙ୍କୁ ଟଙ୍କାକିଆ ଚାଉଳ ମିଳିଗଲା ବୋଲି ଭାବି ଆତ୍ମସନ୍ତୋଷ ପାଇବା କଥା ନୁହେଁ । ସବୁ ବର୍ଗର ବିକାଶ ହେବା ଦରକାର । ରାଜ୍ୟ ସରକାରଙ୍କ ମହିଳା ବିକାଶ ପାଇଁ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଇଛି । କୃଷି କୃଷକ ଶିକ୍ଷା ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଜନହିତକାରୀ ପଦକ୍ଷେପ ନେବାକୁ ପଡିବ । ସରକାରଙ୍କ ପଦକ୍ଷେପ ସତ୍ତ୍ବେ ଆମକୁ ସ୍ୱୀକାର କରିବାକୁ ପଡିବ ଯେ ପ୍ରଶାସନିକ ଅବହେଳା ରହିଛି । ଓଡିଶା ଆଉ ପଛୁଆ ରାଜ୍ୟ ହେଇ ନାହିଁ । କ୍ଷମତାସୀନ ଦଳର ସଂଖ୍ୟାର ଅହଂକାର ରହିବା କଥା ନୁହେଁ । କେବଳ ସହର ସ୍ମାର୍ଟ ହେଲେ ହେବନି, ଗାଁକୁ ମଧ୍ୟ ସ୍ମାର୍ଟ କରିବାକୁ ପଡିବ । କେବଳ ପାଣି ବିଜୁଳି ଓ ପବନ ବା ପରିବେଶ ଯୋଗାଇଦେଲେ ଗାଁର ବିକାଶ ଅନେକାଂଶରେ ହେଇପାରିବ । ମୁଖ୍ୟମନ୍ତ୍ରୀ
୫-‘T’ ସୂତ୍ର ବାହାର କରିଥିଲେ ତାହା ହେଉଛି Teamwork , Transparency , Technology , Transformation ଓ Time
ସେହିପରି ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ଶାସନ ବ୍ୟବସ୍ଥାର ସରାଳିକରଣ କରିବା ପାଇଁ ୫-‘ସ’ ସୂତ୍ର ବାହାର କରିଛନ୍ତି I ତାହା ହେଉଛି :- ସହଯୋଗ , ସ୍ୱଛତା, ଶିଳ୍ପବିଦ୍ୟା , ସଂସ୍କାର , ଓ ସମୟ I ନବୀଙ୍କ ଇଂରାଜୀରେ ୫ ସୂତ୍ର ସହିତ ସୋମ୍ୟଙ୍କ ଓଡ଼ିଆରେ ୫ ସୂତ୍ର ଏବେ ଚାରିଆଡେ ଚର୍ଚାର ବିଷୟ I

LEAVE A REPLY

Please enter your comment!
Please enter your name here