Home ଓଡ଼ିଶା ମମତା ଡାକ୍ତରଙ୍କ ସବୁ ଦାବି ମାନିଲେ, କାମକୁ ଫେରିବାକୁ କହିଲେ ।

ମମତା ଡାକ୍ତରଙ୍କ ସବୁ ଦାବି ମାନିଲେ, କାମକୁ ଫେରିବାକୁ କହିଲେ ।

123
0

ଆମଭାରତ ( କୋଲକାତା ) ୧୫/୬ :

 ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହରତାଳରେ ଥିବା ଡାକ୍ତରଙ୍କ ସମସ୍ତ ଦାବି ମାନିବା ସହିତ ପୁଣି ଥରେ କାମରେ ଯୋଗ ଦେବାକୁ ଅପିଲ କରିଛନ୍ତି। ସେ ଡାକ୍ତରଙ୍କ ସହ ମାରପିଟ୍ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ କହିଛନ୍ତି ଯେ, ଏହି ମାମଲାରେ ଶୀଘ୍ର ସମାଧାନର ରାସ୍ତା ବାହାର କରାଯିବ। ମମତା କହିଛନ୍ତି ଯେ, ଡାକ୍ତରଙ୍କୁ ସାମ୍ବିଧାନିକ ସଂସ୍ଥା ଉପରେ ସମ୍ମାନ କରିବା ଉଚିତ୍।

ମମତା ପ୍ରେସ କନଫରେନ୍ସ କରି କହିଛନ୍ତି ଯେ, ଡାକ୍ତରଙ୍କ ସହିତ ମାରପିଟ୍ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ। ଆମର ସରକାର ବିବାଦର ସମାଧାନ ପାଇଁ ସବୁ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି।  ଆମେ ଡାକ୍ତରଙ୍କ ସହିତ  ଆଲୋଚନା କରିବାକୁ ପ୍ରୟାସ କଲୁ, ମାତ୍ର ପ୍ରତିଶ୍ରୁତି ପରେ ବି ଡାକ୍ତରମାନେ ବୈଠକକୁ ଆସିଲେ ନାହିଁ। ଏହି ହରତାଳ କାରଣରୁ ଗରିବ ରୋଗୀଙ୍କ ଚିକିତ୍ସା  ହୋଇ ପାରି ନାହିଁ। ଅତି କମରେ ହସ୍ପିଟାଲରେ ଜରୁରୀକାଳୀନ ସେବା ଜାରି ରଖିବା ଉଚିତ୍। ଆମେ ରାଜ୍ୟରେ ଏସମା  ଆକ୍ଟ ଲାଗୁ କରିବାକୁ ଚାହୁଁନାହୁଁ।

ମମତା କହିଛନ୍ତି ଯେ, ଆମେ ଡାକ୍ତରଙ୍କ ସବୁ ଦାବି ମାନି ନେଇଛୁ। ମୁଁ କାଲି ଏବଂ ଆଜି ନିଜର ମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ଡାକ୍ତରଙ୍କ ସହିତ ଆଲୋଚନା କରିବାକୁ ପଠାଇଥିଲି। ଏହି ସବୁ ଅଧିକାରୀ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳଙ୍କୁ ଭେଟିବା ପାଇଁ ୫ ଘଣ୍ଟା ଅପେକ୍ଷା କଲେ, ମାତ୍ର ସେମାନେ ଆସିନଥିଲେ। ଡାକ୍ତରଙ୍କୁ ସାମ୍ବିଧାନିକ ସଂସ୍ଥାର ସମ୍ମାନ କରିବା ଉଚିତ୍। ଏହା ପରେ ବି ଆମେ  ଜଣେ ହେଲେ ବ୍ୟକ୍ତିଙ୍କୁ ଗିରଫ କରିନାହୁଁ।  ଆମେ କୌଣସି ପ୍ରକାର ବଳ ପ୍ରୟୋଗ କରିନାହୁଁ। ସ୍ଵାସ୍ଥ୍ୟ ସେବା ଏହି ପରି ଜାରି ରଖାଯାଇ ପାରିବ ନାହିଁ। ମୁଁ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉ ନାହିଁ ବୋଲି ମମତା କହିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ରାଜ୍ୟ ସରକାର ଶୀଘ୍ର ସ୍ଵାଭାବିକ ଚିକିତ୍ସା ସେବା ଆରମ୍ଭ କରିବାକୁ ପ୍ରତିବଦ୍ଧ ଅଟନ୍ତି। ଜୁନ ୧୦ର ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଆମେ ଲଗାତାର ସମାଧାନ କରିବାକୁ ଉଦ୍ୟମ କରିଛୁ। ମୁଁ ସମସ୍ତ ଡାକ୍ତରଙ୍କୁ ପୁଣି ଥରେ କାମକୁ ଫେରିବାକୁ ଅପିଲ କରୁଛି, କାରଣ ହଜାର ସଂଖ୍ୟକ ଲୋକ ଚିକିତ୍ସା ପାଇଁ ଅପେକ୍ଷା କରି ରହିଛନ୍ତି।

LEAVE A REPLY

Please enter your comment!
Please enter your name here