Home ଓଡ଼ିଶା ‘ଫୋନି’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ l

‘ଫୋନି’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ l

218
0

ଆମଭାରତ ( ଭୁବନେଶ୍ୱର ) 30/4 : ଫୋନିକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ‘ଫୋନି ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା SRC କହିଛନ୍ତି । ୨୦ ଓଡ୍ରାଫ, ୧୨ ଏନ୍‌ଡିଆରଏଫ ଟିମ୍‌ ପ୍ରସ୍ତୁତ ରହିଛନ୍ତି । ଏଥିସହ ୩୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଆଲର୍ଟ ରହିଥିବା ଏସଆରସି କହିଛନ୍ତି। ଫୋନିକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି । ‘ଫୋନି’କୁ ନେଇ ଅଗ୍ନିଶମ ବାହିନୀ ପ୍ରସ୍ତୁତି ଜୋରଦାର କରିଛି । ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳରୁ କର୍ମଚାରୀ ସ୍ଥାନାନ୍ତର ହେବେ । ଏଥିସହିତ ସମସ୍ତ ଜିଲ୍ଲାର ମେଡିକାଲ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।କାଲି ସକାଳ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିବେ ବୋଲି  ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି । ସେପଟେ ‘ଫୋନି’ନେଇ କେନ୍ଦ୍ର ଗୃହ ମନ୍ତ୍ର।ଳୟର ଆଡଭାଇଜରୀ ଜାରି କରିଛି । ଓଡ଼ିଶା, ତାମିଲନାଡୁ, ପଶ୍ଚିମବଂଗ, ଆନ୍ଧ୍ରପ୍ରଦେଶ, କେରଳ ଆଣ୍ଡାମାନ ଓ ନିକୋବର, ପୁଡୁଚେରୀ ଓ ଲାକ୍ଷାଦ୍ବୀପକୁ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେପଟେ ‘ଫୋନି’ ନେଇ ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here