Home ଦେଶ ବିଜେଡି ପାଇଁ “ଇଜ୍ଜତ କା ସୱାଲ” କେନ୍ଦ୍ରାପଡ଼ା l

ବିଜେଡି ପାଇଁ “ଇଜ୍ଜତ କା ସୱାଲ” କେନ୍ଦ୍ରାପଡ଼ା l

320
0

ଆମଭାରତ ( ଭୁବନେଶ୍ୱର ) 26/ 4 :ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥର ହେବିୱେଟ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରୁଛନ୍ତି ବିଜେଡିର ଅଭିନେତା-ନେତା ଅନୁଭବ ମହାନ୍ତି। ବୈଜୟନ୍ତ ରାଜନୀତିରେ ପୁରୁଣା ତଥା ଅନୁଭବି ହୋଇଥିବା ବେଳେ ଅନୁଭବ କିନ୍ତୁ ମୈଦାନକୁ ଓହ୍ଲାଇଛନ୍ତି ନୂଆ।

ବିଜେଡି ଏହି ଆସନରେ ଜିତିବା ପାଇଁ କଳବଳ କୌଶଳ ଲଗାଇ ଦେଇଛି। କାରଣ ଅନ୍ୟ ଆସନ ଜିତିବା ଅପେକ୍ଷା ଏହାକୁ ଜିତିବା ବିଜେଡିର “ଇଜ୍ଜତ କା ସୱାଲ” ବୋଲି କୁହାଯାଉଛି। ଏଣୁ ଟାଣିଓଟାରି ବୈଜୟନ୍ତଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା ଚଳାଇଛି ବିଜେଡି। ଏଥିପାଇଁ କେତେବେଳେ ନିଜେ ନବୀନ, ବୈଜୟନ୍ତଙ୍କ ନାଁରେ ମିଛ ପ୍ରଚାର କରୁଛନ୍ତି ତ କେତେବେଳେ ତାଙ୍କ ମୁଖପାତ୍ରମାନେ। କିନ୍ତୁ କେନ୍ଦ୍ରାପଡ଼ାର ଲୋକେ ଜାଣନ୍ତି ବୈଜୟନ୍ତ କ’ଣ।-

ବୈଜୟନ୍ତ ପଣ୍ଡା ଜଣେ ରାଜନେତା ନୁହନ୍ତି, ସେ ଜଣେ ବ୍ୟବସାୟୀ । ଆଇନ ସମସ୍ତଙ୍କ ପାଇଁ ସମାନ । ଆଉ ସେଥି ପାଇଁବୈଜୟନ୍ତ ପଣ୍ଡାଙ୍କ ପ୍ରାର୍ଥୀତ୍ୱକୁ ଖାରଜ କରିବା ପାଇଁ ଦାବି କରିଛି ବିଜେଡ଼ି । ତାଙ୍କର ନିର୍ବାଚନ ଲଢ଼ିବାର କୌଣସି ନୈତିକତା ଅଧିକାର ନାହିଁ ବୋଲି ମଧ୍ୟ ବିଜେଡ଼ି କହିଛି ।

୨୯ରେ ରାଜ୍ୟର ୬ଟି ଲୋକସଭା ପାଇଁ ହେବ ମତଦାନ lଆସିଲା ଏଡ଼ିଆର ରିପୋର୍ଟ l

ଧନୀ ଲୋକସଭା ପ୍ରାର୍ଥୀ

ନବଜ୍ୟୋତି ପଟ୍ଟନାୟକ   କଂଗ୍ରେସ           ବାଲେଶ୍ୱର     ୧୦୪କୋଟି

ରବୀନ୍ଦ୍ର ଜେନା               ବିଜେଡି            ବାଲେଶ୍ୱର     ୭୨ କୋଟି

ବୈଜୟନ୍ତ ପଣ୍ଡା             ବିଜେପି             କେନ୍ଦ୍ରାପଡ଼ା     ୫୭ କୋଟି

କେଉଁ ଦଳରେ କେତେ କୋଟିପତି?

ଦଳ         କୋଟିପତି

ବିଜେଡି        ୬ରୁ ୬

କଂଗ୍ରେସ       ୫ରୁ ୪

ବିଜେପି       ୩ରୁ ୩

LEAVE A REPLY

Please enter your comment!
Please enter your name here