Home ଅପରାଧ ପିପିଲି ବିଜେଡି ପାର୍ଥି ପ୍ରଦୀପ ମହାରଥି ଗିରଫ ହେଲେ ।

ପିପିଲି ବିଜେଡି ପାର୍ଥି ପ୍ରଦୀପ ମହାରଥି ଗିରଫ ହେଲେ ।

244
0

ଆମଭାରତ ( ପୁରୀ ) ୨୨/୪ :      ବିଜେଡି ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥି ଗିରଫ ହୋଇଛନ୍ତି । ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପିପିଲି ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ପୁଲିସ ଦଫା ୩୦୭, ୩୫୨, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ଖ), ୧୮୬ ଓ ଲୋକପ୍ରତିନିଧି ଆଇନ୧୨୩ ବଳରେ ମାମଲା ରୁଜୂ କରିଛି । ତାଙ୍କ ସହ ଅନ୍ୟ କେତେ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ, ରବିବାର ରାତିରେ ପ୍ରଦୀପ ମହାରଥିଙ୍କ      ଫାର୍ମ  ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢ଼ଉ କରିବାକୁ ଯାଇଥିଲା। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି। ଏଥିରେ ସେ ନିଜେ ଆହତ ହେବା ସହ ଏଏସ୍‌ଆ‌ଇ ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଥିବା କହିଛନ୍ତି ।

ସେହିପରି ଫ୍ଲାଇଂ ସ୍କ୍ୱାଡ୍‌ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗିଦେଇଥିବା ସୂଚନା ମିଳିଛି।  ଆହତ ମାଜିଷ୍ଟ୍ରେଟ୍‌ଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।ଆହତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର  କହିଛନ୍ତି,“ଆଇଆଇସିଙ୍କ ନିର୍ଦ୍ଦେଶରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚଢ଼ଉ କରିଥିଲୁ। ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା। ପହଞ୍ଚୁ ପହଞ୍ଚୁ ମୁଁ ଓ ମୋର SST  ଟିମକୁ ଫାର୍ମ ହାଉସ ଭିତରେ  ପ୍ରଦୀପ ମହାରଥୀ ଗାଳି ଗୁଲଜ କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏଥିରେ ASI ବିନୟ କୁମାର ଦାସ ଆହତ ହୋଇଛନ୍ତି। ମୋର ଡ୍ରାଇଭର ଦୀପକ ମଧ୍ୟ ଆହତ ହୋଇଛନ୍ତି। ପ୍ରାଣ ବିକଳରେ ଆମେ ୧୫ ଜଣ ଗୋଟିଏ ଗାଡ଼ିରେ ଆସିଲୁ। ଆଉ ଗୋଟିଏ ଗାଡ଼ି ଫାର୍ମ ହାଉସ୍‌ରେ ଅଛି।  ମଦ ଓ ଟଙ୍କା ବଣ୍ଟା ରୋକିବାକୁ ଯାଇ ଆମର ଏମିତି ଅବସ୍ଥା ହୋଇଛି।
ଏନେଇ ମାଜିଷ୍ଟ୍ରେଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୁରୀ ଏସ୍ପିଙ୍କ ତତ୍ୱାବଧାନରେ ଘଟଣାର ତଦନ୍ତ କରାଯାଉଥିବା ବେଳେ ମହାରଥିଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here