ଆମଭାରତ ( ଭୁବନେଶ୍ୱର ) 21/ 4 : ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ। ଜଗନ୍ନାଥ ଆଜି ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି।
ନୟାପଲ୍ଲୀ ପୁଲିସ ପହଞ୍ଚି ଘଟଣାରେ ତନାଘନା ଆରମ୍ଭ କରିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏ ଘଟଣା ପାଇଁ ମଧ୍ୟ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କରିଛନ୍ତି ଜଗନ୍ନାଥ।
ଏକ ବୋମାମାଡ଼ ଘଟଣା ଗତ ୧୭ ଅପ୍ରେଲ୍ ରାତିରେ ଘଟିଥିଲା। ବିଜେପିର ଏକ ୱାର୍ଡ ଅଫିସ୍କୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଥିଲା। ଭୁବନେଶ୍ୱର ୟୁନିଟ ୮ର ଡେଲ୍ଟା କଲୋନୀ ନିକଟରେ ଥିବା ଏହି ୱାର୍ଡ ଅଫିସକୁ ଲକ୍ଷ୍ୟ କରି ୩ଟି ବୋମା ମାଡ଼ ହୋଇଥିଲା। ତେବେ ବୋମା ଗୁଡ଼ିକ ଫୁଟି ନଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲା।ଅଭିଯୋଗ ଅନୁସାରେ ସିଲ୍ଭର ରଙ୍ଗର ବୁଲେଟ ଓ ପଲସରରେ ୪ ଜଣ ଯୁବକ ଆସି ବୋମା ମାଡ଼ କରି ପଳାଇ ଯାଇଥିଲେ।