Home ଦେଶ ବିଶ୍ୱର ସର୍ବବୃହତ ବିମାନ ଯାହାକି ଆମେରିକାର ଫୁଟବଲ୍ ପଡ଼ିଆଠୁ ବି ବଡ଼ l

ବିଶ୍ୱର ସର୍ବବୃହତ ବିମାନ ଯାହାକି ଆମେରିକାର ଫୁଟବଲ୍ ପଡ଼ିଆଠୁ ବି ବଡ଼ l

340
0

ଆମଭାରତ ( କାଲିଫର୍ନିଆ ) ୧୪/୪ : କାଲିଫର୍ନିଆରେ ଦୁନିଆର ସବୁଠାରୁ ବଡ ବିମାନ ସଫଳାତାପୂର୍ବକ ପରୀକ୍ଷଣ କରିଛି | ଦୁନିଆର ସବୁଠାରୁ ବଡ ବିମାନ ଷ୍ଟ୍ରେଟୋଲଂଚ |

ଏହି ବିମାନର ସ୍ୱତନ୍ତ୍ରତା ହେଲା, ଏଥରେ ଦୁଇଟି ବଡ଼ି ରହିଛି। ଏହାର ଲମ୍ବ ୨୩୮ ଫୁଟ୍‌। ବିମାନରେ ଲାଗିଥିବା ଡେଣାର ଲମ୍ବ ୩୮୫ ଫୁଟ୍ (ଆମେରିକାର ଫୁଟବଲ୍ ପଡ଼ିଆଠୁ ବି ବଡ଼)। ଏଥିରେ ୬ଟି ବୋଇଂ ୭୪୭ ଇଞ୍ଜିନ୍‌ ଲାଗିଛି। ଘଣ୍ଚାପ୍ରତି ଏହି ବିମାନର ବେଗ ୩୦୨.୪ କିଲୋମିଟର ରହିଥିବା ବେଳେ ଏହା ୧୭ ହଜାର ଫୁଟ୍‌ ଉଚ୍ଚରେ ଉଡ଼ିପାରିବାର କ୍ଷମତା ରଖିଛି।

ଶନିବାର ସକାଳ ୬ଟା ୫୮ରେ ମୋଜାଭେ ମରୁଭୂମି ଉପରେ ଏହି ବିମାନଟି ଉଡ଼ାଣ ଭରିବାରେ ସଫଳ ହୋଇଥିଲା। ଏହା ପ୍ରାୟ ଅଢ଼େଇ ଘଣ୍ଟା ଧରି ମୋଜାଭେ ମରୁଭୂମି ଉପରେ ଉଡ଼ିଥିଲା। ବିମାନଟି ମହାକାଶକୁ ଯାଇ ସାଟେଲାଇଟ୍‌ ଗୁଡ଼ିକୁ ଧ୍ୱଂସ କରିପାରିବାର କ୍ଷମତା ରଖିଥିବା ଜଣାପଡ଼ିଛି।

ସର୍ବାଧିକ ଘଣ୍ଟା ପ୍ରତି ୩୦୪ କି:ମି: ବେଗରେ ବିମାନଟି ଉଡିଥିଲା | ଏହି ବିମାନରେ ଥରକେ ୩ଟି ରକେଟ ଆଟାଚ କରାଯାଇପାରିବ | ବିମାନକୁ ୨୦୧୧ ମସିହାରେ ମାଇକ୍ରୋସଫ୍ଟର ଦିବଂଗତ ସହକାରୀ ସଂସ୍ଥାପକ ପଲ ଜି ଏଲେନ ପ୍ରସ୍ତୁତ କରିଥିଲେ | ୨୦୧୮ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

ସଫ୍ଟୱାୟାର କମ୍ପାନୀ ମାଇକ୍ରୋସଫ୍ଚର ସହ ସଂସ୍ଥାପକ ତଥା ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ସ୍ୱର୍ଗତ ବନ୍ଧୁ ପାଉଲ ଆଲେନ। ମହାକାଶକୁ ବିମାନ ଯିବା ପାଇଁ ପ୍ରଥମେ ପାଉଲ ଆଲେନ ଚିନ୍ତା କରିଥିଲେ ବୋଲି ନାସାର ଜଣେ ବୈଜ୍ଞାନିକ ଟ୍ୱିଟ୍‌ କରି କହିଛନ୍ତି।

LEAVE A REPLY

Please enter your comment!
Please enter your name here