Home ରାଜନୀତି ଓଡିଶା ଆସିବେ ୧୨ ତାରିଖ ରେ ଅମିତ୍ ସାହା ଓ ୧୬ ତାରିଖ ରେ...

ଓଡିଶା ଆସିବେ ୧୨ ତାରିଖ ରେ ଅମିତ୍ ସାହା ଓ ୧୬ ତାରିଖ ରେ ମୋଦି ।

257
0

ଆମଭାରତ  ( ଭୁବନେଶ୍ୱର  ) 11/4 : ଆସନ୍ତାକାଲି   ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।  ସକାଳ ୧୧ଟାରେ କେନ୍ଦୁଝର ମେଡିକାଲ ପଡିଆଠାରେ  ଯୋଗଦେବେ ।   ଏପ୍ରିଲ ୧୭ ତାରିଖ ଦିନ ଶ୍ରୀ ଶାହା ଓଡିଶା ଗସ୍ତରେ ଆସି ସକାଳ ୧୧ ଟାରେ ଢେଙ୍କାନାଳ  ମହିଷାପାଟ ନୂଆ ବସଷ୍ଟାଣ୍ଡଠାରେ ଏବଂ ଅପରାହ୍ନ ୨ଟାରେ ବଡମ୍ବା ଟେନିସ ପଡିଆଠାରେ  ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ଏପ୍ରିଲ ୧୬ ତାରିଖ ଦିନ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି  ସମାବେଶରେ ଯୋଗଦେବେ ।  ଅପରାହ୍ନ ୫ଟାରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆଠାରେ ସମାବେଶରେ ଯୋଗଦେବେ   ବୋଲିି ସୂଚନା ମିଳିଛି  ।

LEAVE A REPLY

Please enter your comment!
Please enter your name here