Home ରାଜନୀତି ଯୁଧିଷ୍ଠିର ଗଲେ ଅଜିତ ମଙ୍ଗରାଜ୍ ଆସିଲେ l

ଯୁଧିଷ୍ଠିର ଗଲେ ଅଜିତ ମଙ୍ଗରାଜ୍ ଆସିଲେ l

274
0

 

ଆମଭାରତ 4/4 : ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ  । ଯୁଧିଷ୍ଠିର ସାମନ୍ତରାୟ ପ୍ରାର୍ଥୀ ହେବାକୁ ମନା କରିବାରୁ ଆଜି ଦଳ ଅଜିତଙ୍କ ନାଁ ଘୋଷଣା କରିଛି  । ତେବେ ଗତ କାଲି ପିପିଲି ବିଧାନସଭା ଆସନ ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କ ନାମ ଘୋଷଣା କରିଥିଲା ଦଳ  । ହେଲେ ନାମ ଘୋଷଣା ପରେ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଯୁଧିଷ୍ଠିର  । ଶେଷ ମୁହୂର୍ତ୍ତରେ ତାଙ୍କ ନାମ ତରବରିଆ ଭାବେ ଦିଆ ଯାଇଥିବାରୁ ଏହା ତାଙ୍କୁ ଅସମ୍ମାନ କଲା ଭଳି ଲାଗିଲା ତେଣୁ ସେ ଟିକଟ ପ୍ରତ୍ୟାଖାନ କଲେ ବୋଲି କହିଥିଲେ  ।

ଯୁଧିଷ୍ଠିର ଟିକଟ ଫେରାଇବାର ୧୨ ଘଣ୍ଟା ପରେ ଆଜି ଅଜିତ ମଙ୍ଗରାଜଙ୍କୁ ମୈଦାନକୁ ଆଣିଛି ଦଳ  । ଯୁଧିଷ୍ଠିରଙ୍କ ବଦଳରେ ପିପିଲିରୁ ଆଜିତ ଲଢ଼ିବେ  ।

LEAVE A REPLY

Please enter your comment!
Please enter your name here