Home ରାଜନୀତି ଗାଡିର ନମ୍ବର ପ୍ଲେଟରେ ଚୌକିଦାର ପାଇଁ ଚାଲାଣ କାଟିଲା ପୋଲିସ୍ l

ଗାଡିର ନମ୍ବର ପ୍ଲେଟରେ ଚୌକିଦାର ପାଇଁ ଚାଲାଣ କାଟିଲା ପୋଲିସ୍ l

265
0

ଆମଭାରତ ( ମଧ୍ୟପ୍ରଦେଶ ) 27/3 ଭାରତୀୟ ଜନତା ପାର୍ଟି ର ମଧ୍ୟପ୍ରଦେଶର ବିଧାୟକ ରାମ ଦଗୋରେଙ୍କୁ ଟ୍ରାଫିକ୍ ପୋଲିସ୍ ଅଟକ ରଖି ଚାଲାଣ କାଟିଛନ୍ତି । କାରଣ ସେ ଗାଡିର ନମ୍ବର ପ୍ଲେଟରେ ଚୌକିଦାର ଲେଖିବା ପାଇଁ  ପନ୍ଧାନାର ଏହି ବିଧାୟକ ଗାଡି ନେମପ୍ଲେଟ ହଟାଇ ଚୌକିଦାର ପନ୍ଧାନା ନେମ୍ ପ୍ଲେଟ୍ ଲଗାଇଥିଲେ । ପୋଲିସ୍ ବିଧାୟକଙ୍କୁ ନେମ୍ ପ୍ଲେଟ୍ ହଟାଇବା ପାଇଁ କହିଥିଲେ ।କିନ୍ତୁ ବିଧାୟକ ପୋଲିସ୍ କଥାକୁ ମାନି ନଥିବାରୁ ତାଙ୍କୁ ଚାଲାଣ କାଟିବାକୁ ପଡିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୌକିଦାର କ୍ୟାମ୍ପେନ୍ ପରଠାରୁ ବିଜେପିର ପ୍ରତିଟି ନେତା ନିଜ ନାଁ ଆଗରେ ଚୌକିଦାର ଶବ୍ଦଟିକୁ ଲଗାଇଛନ୍ତି । ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ନିଜ ନାଁ ଆଗରେ ଚୌକିଦାର ଶବ୍ଦ ଯୋଡି ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here