ଆମଭାରତ ( ଭୁବନେଶ୍ୱର ) 21/3 : ଦାମୋଦର ରାଉତଙ୍କ ସ୍ତ୍ରୀ ସ୍ନେହଲତା ମହାପାତ୍ରଙ୍କ ୭୨ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। ଖବର ପାଇ ଦାମଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ରାଜନେତାମାନେ ପହଞ୍ଚି ତାଙ୍କ ଶେଷଦର୍ଶନ କରିଛନ୍ତି।ଦୀର୍ଘଦିନ ଧରି ସ୍ନେହଲତା ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସକାଳେ ତାଙ୍କର ବିୟୋଗ ଘଟିଛି।ଖାଲି ନବୀନ ପଟ୍ଟନାୟକ ନୁହନ୍ତି , ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଏବଂ ଭାଜପା ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ନେତା ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଦାମବାବୁଙ୍କ ପୁଅ ସମ୍ବିତ ରାଉତରାୟ ବି ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମ ରାଉତଙ୍କ କିଛି ସମୟଧରି କଥାବାର୍ତ୍ତା ବି କରିଥିଲେ।