Home ରାଜ୍ୟ ବିଜେଡିରେ ମିଶିଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ l

ବିଜେଡିରେ ମିଶିଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ l

286
0

ଭୁବନେଶ୍ୱର (ଆମଭାରତ ) ୯ \ ୩   : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ନବ ଦାସ ମଧ୍ୟ ଉପସ୍ଥିତ ରହିଥିଲେ।

ବିଜେଡିରେ ଯୋଗ ଦେବା ପରେ ସୁନୀତା କହିଛନ୍ତି ଯେ କଂଗ୍ରେସ ସହିତ ତାଙ୍କର କୌଣସି ସମସ୍ୟା ନଥିଲା। ତେବେ ନବୀନଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି।ଝିଅ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ ହେମାନନ୍ଦ ବିଶ୍ୱାଳ କହିଛନ୍ତି, ସେ ଛୋଟ ପିଲା ନୁହେଁ ଯେ ମୋ ସହିତ ପରାମର୍ଶ କରିବ। ବିଜେଡିରେ ମିଶିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ତା’ର। ନିର୍ବାଚନ ବେଳେ ସେ ବିଜେଡି ପାଇଁ ପ୍ରଚାର କରିବ ଓ ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଜଣ ଭାଇ ମଧ୍ୟ ବିଜେଡିରେ ମିଶିଥିଲେ।

LEAVE A REPLY

Please enter your comment!
Please enter your name here